Latest Odisha News

BREAKING NEWS

କିକିରିବେଡ଼ା ହତ୍ୟା ଘଟଣା: ଗୁଣି ଗାରେଡି ସନ୍ଦେହରେ ହତ୍ୟା

ନୂଆପଡା: କିକିରିବେଡ଼ା ହତ୍ୟା ମାମଲାର ତିନିଦିନ ପରେ ଘଟଣାର ପର୍ଦ୍ଧାଫାଶ କଲା ଖଡ଼ିଆଳ ପୋଲିସ । ହତ୍ୟା ଘଟଣାର ମୁଖ୍ୟ କାରଣ ଗୁଣିଗାରେଡ଼ି ସହ ପୂର୍ବ ଶତ୍ରୁତା ବୋଲି କହିଛି ପୋଲିସ । ଘଟଣାରେ ଜଣେ ନାବାଳକ ସହ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କିକିରିବେଡ଼ା ଗାଁ କାଳିଆ ମାଝୀଙ୍କୁ ଗତ ୧୮ ତାରିଖ ମଧ୍ୟ ରାତ୍ରରେ ଦୁଇ ଜଣ ଦୃର୍ବୁତ୍ତ ଆସି ଛୁରା ମାଡ଼ କରି ଫେରାର ହୋଇଯାଇଥିଲେ ।  କାଳିଆଙ୍କୁ ଗୁରୁତ୍ତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଖଡ଼ିଆଳ ଓ ପରେ ନୂଆପଡ଼ା ଚିକିତ୍ସାଳୟରେ ଭର୍ତ୍ତିକରି ଚିକିତ୍ସା କରାଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖଡ଼ିଆଳ ଥାନା ରେ ପରିବାର ତରଫରୁ ଏକ ମାମଲା ଦେଇଥିଲେ । ରିପୋର୍ଟକୁ ଆଧାର କରି ନୂଆପଡ଼ା ଏସପି ଙ୍କ ନିର୍ଦ୍ଦେଶ ରେ ଦୁଇ ଗୋଟି ସ୍ଵତନ୍ତ୍ର ଟିମ ଗଠନ କରି ସନ୍ଧାନିକୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରି ମାତ୍ର ଦୁଇ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛି ପୋଲିସ ।

ଏହି ହତ୍ୟା ଘଟଣାର ମୁଖ୍ୟ କାରଣ ଗୁଣିଗାରେଡି ଓ ପୂର୍ବ ଶତ୍ରୁତା ବୋଲି ତଦନ୍ତରୁ ଜଣା ପଡିଥିବା ନୂଆପଡ଼ା ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ନେଇ ଜଣାପଡିଛି । ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଛୁରୀ ସହ ଗୋଟିଏ ମୋଟର ସାଇକେଲକୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସୂଚନା ଦେଇଛନ୍ତି ।

 

Comments are closed.