ଗଞ୍ଜାମ: ସୋରଡ଼ା ଥାନା ଗୋଚ୍ଛା ପଞ୍ଚାୟତ ସ୍ବର୍ଗଦ୍ବାର ଗାଁରେ ହତ୍ୟାକାଣ୍ଡ । ଜଣେ ବୃଦ୍ଧ ଭିକାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସୂଚନା ରହିଛି । ମୃତକ ବଡ଼ଗଡ଼ ସିଙ୍ଗିପୁର ଗାଁର ଶିଶିର ମୁନି । ବୟସ ୫୭ ବୋଲି ଅନୁମାନ କରାଯାଉଛି ।
ଖବରମୁତାବକ, ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତମାନେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। କାରଣ ଅସ୍ପଷ୍ଟ ରହିଛି । ଗୁରୁବାର ଦିନ ସକାଳ ସମୟରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।
ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ।
ତେବେ ପୋଲିସ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।
Comments are closed.