Latest Odisha News

ଯୁଦ୍ଧ କରିବେ କି କିମ୍ ଜଙ୍ଗ-ଉନ, ସେନାକୁ ଦେଲେ ଏହି ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ନେତା କିମ୍ ଜଙ୍ଗ-ଉନ କୋରିଆନ୍ ପିପୁଲ୍ସ ଆର୍ମିର ତୋପ ୟୁନିଟ୍‌ର ଗୁଳିଚାଳନା ପ୍ରତିଯୋଗିତା ପ୍ରଦର୍ଶନୀ ସମୟରେ ଅଭିଭାଷଣ ରଖିଥିଲେ।

ଏହି ସମୟରେ ସେ କହିଥିଲେ ଯେ ତାଙ୍କ ଦେଶର ସେନାକୁ କଠିନରୁ କଠିନ ପରିଶ୍ରମ କରି ନିଜ କ୍ଷମତାକୁ ବୃଦ୍ଧି କରିବା ଉଚିତ୍। ଏଥିସହିତ କୌଣସି ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ସହ ଶତ୍ରୁକୁ ପରାସ୍ତ କରିବାର କ୍ଷମତା ମଧ୍ୟ ରଖିବା ଉଚିତ୍। ଏହି ସଭାରେ ତାଙ୍କ ସହିତ ବରିଷ୍ଠ ଦଳର ନେତା ଏବଂ ପ୍ରତିରକ୍ଷା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ତୋପଖାନାର ଗୁଳିଚାଳନା କ୍ଷମତାକୁ ବୃଦ୍ଧି କରିବା ପାଇଁ ଏହି ତାଲିମ ଆୟୋଜନ କରାଯାଇଥିବା ଏକ ରିପୋର୍ଟରୁ ଜଣା ପଡିଛି।

ତେବେ ଏଥିରେ ଅଂଶଗ୍ରହଣ କରୁଥିବା ୟୁନିଟ ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟ ଏବଂ ସ୍ଥାନରେ ସମୁଦ୍ରରେ ଥିବା ଲକ୍ଷ୍ୟକୁ ଟାର୍ଗେଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନା ନିଜର ତୋପ ରଣନୀତିକୁ ଆହୁରି ଉନ୍ନତ କରିବା ଉଚିତ ବୋଲି ସେ କହିଥିଲେ। ଅପରପକ୍ଷରେ ୟୁକ୍ରେନ ସହିତ ପ୍ରାୟ ୩୦ ମାସ ଧରି ଚାଲିଥିବା ଆକ୍ରମଣ ସମୟରେ ରୁଷକୁ ସହାୟତା କରିବା ପାଇଁ ଉତ୍ତର କୋରିଆ ପ୍ରତିରକ୍ଷା ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ କରିବା ପରେ କିମଙ୍କ ଏହି ବିବୃତ୍ତି ଆସିଛି।

ଏହି କାର୍ଯ୍ୟକ୍ରମରେ ଶାସକ ଦଳର କେନ୍ଦ୍ରୀୟ ସାମରିକ କମିଶନର ଉପାଧ୍ୟକ୍ଷ ପାକ୍ ଜୋଙ୍ଗ-ଚନ୍, ପ୍ରତିରକ୍ଷା ମନ୍ତ୍ରୀ ନୋ କ୍ୱାଙ୍ଗ-ଚୋଲ୍ ଙ୍କ ସହ କୋରିଆନ୍ ପିପୁଲ୍ସ ଆର୍ମିର ମୁଖ୍ୟ ଜେନେରାଲ ଷ୍ଟାଫ୍ ରି ୟୋଙ୍ଗ-ଗିଲ୍ ମଧ୍ୟ ସାମିଲ ଥିଲେ।

ତେବେ ଏହାକୁ ନେଇ ଦକ୍ଷିଣ କୋରିଆର କୋରିଆ ଇନଷ୍ଟିଚ୍ୟୁଟ୍ ଫର ନ୍ୟାସନାଲ୍ ୟୁନିଫିକେସନ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ବୁଧବାରର ଗୁଳି ଚାଳନା ଅଭ୍ୟାସରେ ଉତ୍ତର କୋରିଆ, ଦକ୍ଷିଣ କୋରିଆ କିମ୍ବା ଆମେରିକାକୁ ଟାର୍ଗେଟ କରିନାହିଁ କିମ୍ବା ପ୍ୟୋଙ୍ଗୟାଙ୍ଗ ନିଜର ଶତ୍ରୁ ଭାବରେ କାହାକୁ ସ୍ପଷ୍ଟ ଭାବରେ ଇଙ୍ଗିତ କରିନାହିଁ।

 

Comments are closed.