Latest Odisha News

BREAKING NEWS

କିମ୍‌ସ ଡାକ୍ତର ସମ୍ବିତ ଦାଶ ‘ଏସଏଫଇଏସ’ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ମନୋନୀତ

ଭୁବନେଶ୍ୱର: ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ତଥା କିମ୍‌ସ ଏଣ୍ଡୋକ୍ରାଇନୋଲୋଜି ବିଭାଗୀୟ ମୁଖ୍ୟ ଡା ସମ୍ବିତ ଦାଶ ଦକ୍ଷିଣ ଏସୀୟ ଏଣ୍ଡୋକ୍ରାଇନ୍ ସୋସାଇଟିଜ୍ ଫେଡେରେସନ୍ (ଏସଏଫଇଏସ)ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।

ଏସଏଫଇଏସ ହେଉଛି ଏସିଆର ସବୁଠାରୁ ବଡ଼ ଏବଂ ସବୁଠାରୁ ସକ୍ରିୟ ଏଣ୍ଡୋକ୍ରାଇନ୍ ସଂସ୍ଥା ମଧ୍ୟରୁ ଗୋଟିଏ। ଯାହା ଭାରତ ସମେତ ଅନେକ ଏସୀୟ ଦେଶର ଏଣ୍ଡୋକ୍ରାଇନ୍ ସଂଘକୁ ନେଇ ଗଠିତ। ଏହି ସଂଘ ସହଯୋଗପୂର୍ଣ୍ଣ ଗବେଷଣା, ରୋଗୀ ସେବାକୁ ଆଗକୁ ବଢାଇବା, ଆଞ୍ଚଳିକ କ୍ଲିନିକାଲ୍ ନିର୍ଦ୍ଦେଶାବଳୀ ବିକଶିତ କରିବା ଏବଂ ଦକ୍ଷିଣ ଏସିଆରେ ଏଣ୍ଡୋକ୍ରାଇନ୍ ରୋଗର ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ପାଇଁ କାର୍ଯ୍ୟକରିଥାଏ।

ଡା ଦାଶ ଏହି ସମ୍ମାନଜନକ ପଦବୀରେ ନିର୍ବାଚିତ ଭାରତର ତିନି ଜଣ ପ୍ରତିଷ୍ଠିତ ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ମଧ୍ୟରୁ ଜଣେ। ସେ ପ୍ରମୁଖ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି। ଡା ଦାଶ ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ସେ ‘ଆର୍‍ଏସ୍‍ଏସ୍‍ଡିଆଇ’ ଏବଂ ‘ଏଆଇଏଏଆର୍‍ଓ’ର ରାଜ୍ୟ ଶାଖାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ନିକଟରେ ଡାକ୍ତର ଦିବସ ଅବସରରେ ଓଡ଼ିଶା ରାଜ୍ୟପାଳଙ୍କଠାରୁ ତାଙ୍କୁ “ଏଣ୍ଡୋକ୍ରାଇନ୍ ଲ୍ୟୁମିନାରି କ୍ଲିନିକାଲ୍ ଏବଂ ଏକାଡେମିକ୍ ଉତ୍କର୍ଷତା” ସମ୍ମାନ ପ୍ରଦାନ କରାଯାଇଛି। ଡା ଦାଶଙ୍କ ଏହି ସଫଳତାରେ କିଟ୍‌, କିସ୍ ଏବଂ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

 

Comments are closed.