Latest Odisha News

ରାହୁଲଙ୍କ ଚିତ୍ରକଳାକୁ ଦେଖି ପ୍ରଶଂସା କଲେ ଶାହାରୁଖ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତି ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ । ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହାରୁଖଙ୍କ ଫିଲ୍ମ ‘ଯବାନ’ର ୧୦ଫୁଟ୍ ଉଚ୍ଚତା ଓ ୬ଫୁଟ୍ ଲମ୍ବ ବିଶିଷ୍ଟ ଏକ ଫଟୋ ଚିତ୍ର ଆଙ୍କିଥିଲେ । ଆକ୍ରିଲିକ୍ ପେଣ୍ଟ୍ ସାହାଯ୍ୟରେ ସେ ଏହି ଚିତ୍ର ଆଙ୍କି ମ୍ୟୁଜିକ୍ ଦେଇ ରାହୁଲ ତାହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଅଭିନେତା ଶାହାରୁଖ ଖାନ୍ ଏହି ଚିତ୍ରକୁ ଦେଖିବା ପରେ ଖୁବ୍ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହି ଚିତ୍ର ଆଙ୍କିବାକୁ ତାଙ୍କୁ ୩ଦିନ ସମୟ ଲାଗିଥିଲା ।

ଶାହାରୁଖ ନିଜେ ଏହି ଚିତ୍ରକୁ ତାଙ୍କ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ଆପଣ ଜଣେ ଦକ୍ଷ ଚିତ୍ରକର । ଏହା ସୁନ୍ଦର ଚିତ୍ରକଳା ବୋଲି ନିଜ ଟୁଇଟ୍‌ରେ ଜଣାଇଛନ୍ତି । ଶାହାରୁଖ୍‌ଙ୍କ ଏହି ଟୁଇଟ୍ ପରେ ରାହୁଲଙ୍କୁ ତାଙ୍କ ପରିବାର, ବନ୍ଧୁ ଓ ସମ୍ପର୍କୀୟମାନେ ପ୍ରଶଂସା କରୁଛନ୍ତି । ରାହୁଲଙ୍କ ବାପା ଶିବପ୍ରସାଦ ପାତ୍ର ଓ ମା ସୁବାସିନୀ ଉଭୟେ ଶିକ୍ଷକ । ରାହୁଲ ଇଞ୍ଜିନିୟରିଂ ସାରିବା ପରେ ବାଙ୍ଗାଲୋରରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି । ଫ୍ରି ସମୟରେ ସେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଥାନ୍ତି ।

Leave A Reply

Your email address will not be published.