Latest Odisha News

BREAKING NEWS

୫ ବଲରେ ମ୍ୟାଚର ମୋଡ ବଦଳାଇଲେ କିଙ୍ଗ୍ କୋହଲି..ଏପରି ହେବ ଭାବିପାରିନଥିବ ପାକିସ୍ତାନ

ମେଲବର୍ଣ୍ଣ: ଏସିଆ କପରେ ଭାରତ ପାକିସ୍ତାନ ବିପକ୍ଷରେ ଦ୍ବିତୀୟ ମ୍ୟାଚରେ ହାରିବା ପରେ ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ କ’ଣ ରହିବ ଫଳାଫଳ ସେ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଛି ଆଉ ଦୀପାବଳିର ଦିନକ ପୂର୍ବରୁ ଟିମ୍ ଇଣ୍ଡିଆ ଭେଟି ଦେଇଛି ଭାରତୀୟଙ୍କୁ ବିଜୟର ଶୁଭେଚ୍ଛା। ଯାହାକୁ ନେଇ ସାରା ଦେଶ ଗତକାଲିଠୁ ସଂଧ୍ୟାରୁ ବାଣ ଫୁଟାଇ ଦୀପାବଳି ମନାଇବା ଆରମ୍ଭ କରିଛି।

ମେଲବର୍ଣ୍ଣରେ ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ବିରାଟ କୋହଲି ଏହି ବିଜୟକୁ ଆହୁରି ସ୍ୱତନ୍ତ୍ର କରିଥିଲେ, ଯିଏକି ତାଙ୍କ କ୍ୟାରିୟରର ‘ଶ୍ରେଷ୍ଠ ଇନିଂସ’ ଖେଳି ଭାରତକୁ ସଫଳତା ଦେଇଥିଲେ। କେବଳ ଏତିକି ନୁହେଁ, ଏହି ଇନିଂସ ସହିତ ବିରାଟ ପାକିସ୍ତାନର ସମସ୍ତ ଅଙ୍କକୁ ଭୁଲ୍ ପ୍ରମାଣିତ କରିଛନ୍ତି।

ଗତ ବର୍ଷ ଦୁବାଇରେ ଚାଲିଥିବା ବିଶ୍ୱକପରେ ପାକିସ୍ତାନ ପ୍ରଥମ ଥର ପାଇଁ ଭାରତକୁ ପରାସ୍ତ କରିଥିବାବେଳେ ସେହିଦିନଠାରୁ ମ୍ୟାଚକୁ ଅପେକ୍ଷା କରାଯାଇଥିଲା। ସେବେଠାରୁ ମେଲବର୍ଣ୍ଣରେ ଦୁଇ ଦଳ ମୁକାବିଲା କରିବା ପରେ ପରବର୍ତ୍ତୀ ସମୟରେ ଭାରତର ବ୍ୟାଟସମ୍ୟାନ ଶାହିନ୍ ଶାହା ଆଫ୍ରିଦିଙ୍କୁ କିପରି ସାମ୍ନା କରିବେ ସେନେଇ ଆଲୋଚନା ହୋଇଥିଲା। ତା’ପରେ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚର ଫଳାଫଳ ପରେ ଦୁଇ ଦଳ ଟି-୨୦ ବିଶ୍ୱକପ ପାଇଁ ଖେଳାଳି ଘୋଷଣା କରିଥିଲେ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬୦ ରନ ଟାର୍ଗେଟର ଦେଇଥିଲା। ଭାରତ ଆରମ୍ଭରୁ ଶାହିନଙ୍କ ବୋଲକୁ ଜଗିବା ଆରମ୍ଭ କରିଥିଲା। ଆଉ ଶାହିନଙ୍କୁ ଆରମ୍ଭରୁ ୱିକେଟ୍ ଦେଇନଥିଲେ । କିନ୍ତୁ ହରିସ୍ ଭାରତ ପାଇଁ କଣ୍ଟା ସାଜିଥିଲେ। ଆଉ ଭାରତ ୩୧ ରନ କରି ୪ଟି ୱିକେଟ୍ ହରାଇଥିଲେ। ଆଉ ପାକିସ୍ତାନ ହାତକୁ ଏକ ପ୍ରକାର ଚାଲିଯାଇଥିଲା ବୋଲି କୁହାଯାଏ। ଏହାପରେ ବିରାଟ କୋହଲି ‘ଦ ଓ୍ୱାଲ’ ଭାବେ ଛିଡ଼ା ହୋଇଥିଲେ। ପରେ କୋହଲି କ୍ରିଜରେ ନିଜର ସ୍ଥିତି ମଜବୁତ କରିବା ପରେ ତାଙ୍କୁ ସାମ୍ନା କରିବା ପାକିସ୍ତାନ ବୋଲରଙ୍କୁ କାଠିକର ହୋଇଥିଲା।

ଶେଷରେ ଭାରତ ୧୮ ବଲରେ ୪୮ ରନ୍ ଆବଶ୍ୟକ କରୁଥିଲା। ଆଉ ଭାରତକୁ ଚେକ୍ ଦେବାକୁ ଯାଇ ପାକିସ୍ତାନ ୧୮ ଓ ୧୯ ତମ ଓଭରରେ ଶାହିନ୍ ଏବଂ ହାରିସଙ୍କ ହାତରେ ବୋଲି ଧରାଇ ଦେଇଥିଲା। ଆଉ ଭାରତ ହାତରୁ ମ୍ୟାଚ୍ ଛଡ଼ାଇବାକୁ ଚେଷ୍ଟା କରିଥିଲା । କିନ୍ତୁ କୋହଲି ପାକିସ୍ତାନୀ ବୋଲିଂର ଦୁଇ ଜଣ ବୋଲରଙ୍କୁ କଡା ମୁକାବିଲା କରିଥିଲେ। ଆଉ ୧୮ ଓଭରରେ କୋହଲି ପ୍ରଥମେ ଶାହିନଙ୍କ ବୋଲକୁ ୩ଟି ଚୌକା ଓ ପରେ ୧୯ ଓଭରରେ ହରିସଙ୍କ କ୍ରମାଗତ ଦୁଇଟି ଛକା ମାରିବା ଟିମ୍ ଇଣ୍ଡିଆକୁ ହାତକୁ ମ୍ୟାଚ ନେଇ ଆସିଥିଲେ।

କୋହଲି ମାତ୍ର ୫ ବଲରେ ୨୪ ରନ୍ କରିଥିଲେ। ଏହା ବ୍ୟତୀତ କୋହଲି ଏବଂ ହାର୍ଦ୍ଦିକ ମଧ୍ୟ ସିଙ୍ଗେଲ୍ ଏବଂ ଦୁଇ ରନ୍ ନେଇଥିଲେ। ମୋଟ ଉପରେ ଭାରତ ୧୮ ତମ ଓଭରରେ ୧୭ ରନ୍ ଏବଂ ୧୯ ଓଭରରେ ୧୫ ରନ୍ କରି ପାକିସ୍ତାନକୁ ପରାସ୍ତ କରିଛି।

Leave A Reply

Your email address will not be published.