Latest Odisha News

BREAKING NEWS

ଗୁଣୁପୁରରେ ନୂତନ ଏବଂ ପ୍ରଥମ ମହିଳା ଉପଜିଲ୍ଲାପାଳ ଭାବେ ଯୋଗଦେଲେ କିରଣଦୀପ କୌର ସୌହର୍ତେ

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ନୂତନ ଏବଂ ପ୍ରଥମ ମହିଳା ଉପଜିଲ୍ଲାପାଳଙ୍କ ଯୋଗଦାନ । ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଶାସନିକ ସେବାର ମହିଳା ଉପଜିଲ୍ଲାପାଳ ଭାବେ କିରଣଦୀପ କୌର ସୌହର୍ତେ ଆଜି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ବିଦାୟୀ ଉପଜିଲ୍ଲାପାଳ ଲଳିତ କହଁର ଙ୍କୁ ରାଜ୍ୟ ସରକାରଙ୍କ ଅଧୀନରେ ରହିବାକୁ ନିର୍ଦ୍ଦେଶ ଥିବାବେଳେ କୌଣସି ସ୍ଥାନରେ ପୋଷ୍ଟିଂ କରାଯାଇନାହିଁ ।

ନୂତନ ଉପଜିଲ୍ଲାପାଳ କୌରଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅତରିକ୍ତ ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ସମସ୍ତ ଷ୍ଟାଫ୍ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ ।

ସେହିଭଳି ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ସ୍ୱୀକୃତି ପ୍ରାପ୍ତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଥିବା ସାହାରା ପରିବାର ପରାମର୍ଶ କେନ୍ଦ୍ରର ସଚିବ ତଥା ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ ମଧ୍ୟ ନୂତନ ଉପଜିଲ୍ଲାପାଳ କୌରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।

ଉପଜିଲ୍ଲାପାଳ କୌର ଗୁଣୁପୁର ଉପଖଣ୍ଡର ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ସେହ ଗୁଣୁପୁର ସଦର ହସ୍ପିଟାଲ ର ଆବଶ୍ୟକତା କୁ ପ୍ରାଧାନ୍ୟ ଦେବେ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.