Latest Odisha News

ୟୁପିର ବିଜନୋରରେ ଦୁଇ ଖଣ୍ଡ ହେଲା କିସାନ ଏକ୍ସପ୍ରେସ

ଲକ୍ଷ୍ନୌ: ୟୁପିର ବିଜନୋରରେ କିସାନ ଏକ୍ସପ୍ରେସ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛି। ଇଞ୍ଜିନ୍ ପ୍ରାୟ ୧୩ଟି ବଗିକୁ ନେଇ ୪ କିଲୋମିଟର ଆଗକୁ ଚାଲିଯାଇଥିଲା। ଫଳରେ ୮ଟି ବଗି ପଛରେ ରହିଯାଇଥିଲା। ତେବେ ଦୁର୍ଘଟଣା ସମୟରେ ଟ୍ରେନର ଗତି ୮୦ ରୁ ୯୦ କିଲୋମିଟର ଥିଲା।

କିସାନ ଏକ୍ସପ୍ରେସ (୧୩୩୦୭) ଝାଡଖଣ୍ଡର ଧାନବାଦରୁ ପଞ୍ଜାବର ଫିରୋଜପୁର ଅଭିମୁଖେ ଯାଉଥିଲା। ରବିବାର ସକାଳ ୪ ଟାରେ ମୁରଦାବାଦର ସେହୋରା ଏବଂ ଧାମପୁର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

ଚକରାମାଲ ଗ୍ରାମ ନିକଟରେ S3 ଏବଂ S4 କୋଚକୁ ସଂଯୋଗ କରୁଥିବା ବଗିର କପଲିଙ୍ଗ ଭାଙ୍ଗିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଡ୍ରାଇଭର ଏବଂ ଅଧିକାରୀମାନଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ ଟ୍ରେନର ଗାଡ୍। କିଛି ସମୟ ପରେ ରେଲୱେ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ୧ ଘଣ୍ଟାର କଠିନ ପରିଶ୍ରମ ପରେ କୋଚଗୁଡ଼ିକୁ ଟ୍ରେନରେ ସଂଲଗ୍ନ କରାଯାଇଥିଲା। ବୈଷୟିକ ସମସ୍ୟା ହେତୁ S4 ବଗି ଅଟକାଇ ଦିଆଇଯାଇଛି।

ଏସପି ପୂର୍ବ ଧର୍ମ ସିଂ ମାର୍ଚାଲ କହିଛନ୍ତି ଯେ ବୈଷୟିକ ତ୍ରୁଟି ହେତୁ ଟ୍ରେନଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ପୋଲିସ୍ ନିଯୁକ୍ତି ପରୀକ୍ଷା ପାଇଁ ଅଧିକାଂଶ ପ୍ରାର୍ଥୀ ଏହି ବଗିରେ ଯାତ୍ରା କରୁଥିଲେ। ବଗିଗୁଡିକୁ ଟ୍ରେନରେ ସଂଲଗ୍ନ କରାଯାଇ ପଠାଇ ଦିଆଯାଇଛି।

 

Comments are closed.