ଭୁବନେଶ୍ୱର: ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଓଡିଶାର କିଶୋର ଜେନା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ୮୭.୫୪ ମିଟର ଦୂରତାକୁ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରା ୮୮.୮୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଭାରତ ଏହି ବିଭାଗରେ ୨ଟି ପଦକ ପାଇଛି । କିଶୋର ତାଙ୍କ ତୃତୀୟ ପ୍ରୟାସରେ ୮୬.୭୭ ମିଟରକୁ ଥ୍ରୋ କରି ନୀରଜଙ୍କୁ ପଛରେ ପକାଇ ଦେଇଥିଲେ । ନୀରଜ ଚତୁର୍ଥ ପ୍ରୟାସରେ ଶ୍ରେଷ୍ଠ ପ୍ରଦର୍ଶନ କରିବା କିଶୋରଙ୍କୁ ଅଡୁଆରେ ପକାଇଥିଲା । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ କିଶୋର ପ୍ରଭାବୀ ପ୍ରଦର୍ଶନ କରି ୫ମ ସ୍ଥାନ ହାସଲ କରିଥିଲେ । ଏସୀୟ କ୍ରୀଡାରେ ସେ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି ।
ପୁରୀ ଜିଲ୍ଲାର କିଶୋର ୨୦୨୩ରେ ଆୟୋଜିତ ଜାତୀୟ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ । ଏହା ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା । ଜୁଲାଇ ୩୦ରେ ଶ୍ରୀଲଙ୍କାରେ ଖେଳାଯାଇଥିବା ଚାମ୍ପିୟନଶିପରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରି ବୁଡାପେଷ୍ଟ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । କିଶୋରଙ୍କ ସଫଳତା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
Comments are closed.