Latest Odisha News

BREAKING NEWS

ନିବିଡ଼ ଚୁମ୍ବନ ନେଲା ପ୍ରେମିକଙ୍କ ଶ୍ରବଣ ଶକ୍ତି

ଚୀନ୍‌: କୁହାଯାଏ ପ୍ରେମ ହେଉଛି ଅନ୍ଧ । ଯିଏ ପ୍ରେମରେ ପଡ଼େ ତାକୁ ସାମ୍ନାରେ ମଧ୍ୟ କୌଣସି ଜିନିଷ ଦେଖାଯାଏ ନାହିଁ । ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ, ଯାହା ଆପଣଙ୍କୁ ଚିନ୍ତାରେ ପକାଇଦେବ । ଚୀନରେ ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡକୁ ଦୀର୍ଘ ସମୟ ଧରି ନବିଡ଼ ଚୁମ୍ବନ ଦେବାରୁ ସେ ନିଜର ଶ୍ରବଣ ଶକ୍ତି ହରାଇ ବସିଛନ୍ତି । ପ୍ରେମିକାଙ୍କ ସହ ଦଶ ମିନିଟ୍ ଧରି ଚୁମ୍ବନ କରି ବଧିର ପାଲଟିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଗତ ୨୨ ତାରିଖରେ ଚୀନ୍‌ରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଇଥିଲା । ଏହି ଅବସରରେ ଚୀନର ପୂର୍ବ ଝେଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ଏକ ହ୍ରଦ କୂଳରେ ପ୍ରେମୀ ଯୁଗଳ ପରସ୍ପରକୁ ଚୁମ୍ବନ ଦେଉଥିଲେ । ଏହି ସମୟରେ ଚୁମ୍ବନ ଦେଉଥିବା ଯୁବକ ତାଙ୍କ କାନ ଭିତରେ ପାଣି ଫୋଟକା ପରି ଶବ୍ଦ ଶୁଣିଲେ । ଏଥିଲାଗି ତାଙ୍କୁ ଅସହ୍ୟ ଯନ୍ତ୍ରଣା ବି ହେଲା । ପରେ ତାଙ୍କୁ ଆଉ କିଛି ଶୁଣାଯାଇ ନ ଥିଲା । ତେଣୁ ସେ ସଙ୍ଗେ ସଙ୍ଗେ ନିକଟସ୍ଥ ହସପିଟାଲକୁ ଯାଇଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କ କାନର ପରଦା ଫାଟି ଯାଇଥିବା ଜଣାପଡ଼ିଥିଲା । ତାଙ୍କ କାନର ପରଦା ଭଲ ହୋଇ ଶ୍ରବଣ ଶକ୍ତି ଫେରିବା ପାଇଁ ଦୁଇମାସ ସମୟ ଲାଗିବ ବୋଲି ଡ଼ାକ୍ତର କହିଛନ୍ତି ।

ଡ଼ାକ୍ତରଙ୍କ କହିବା କଥା,ଏପରି ଆବେଗପୂର୍ଣ୍ଣ ଦୀର୍ଘ ଚୁମ୍ବନ ଏକ ପ୍ରକାର ଶକ୍ତିଶାଳୀ ଚାପ ସୃଷ୍ଟି କରିଥାଏ, ଯାହା କାନ ପରଦାକୁ ଟାଣି ନେଇଥାଏ । ପ୍ରବଳ ନିଶ୍ୱାସ ସାଙ୍ଗକୁ ବାୟୁ ଚାପରେ ଦ୍ରୁତ ପରିବର୍ତ୍ତନ ପରଦାରେ ଛିଦ୍ର ସୃଷ୍ଟି କରିବା ସହ ତାହାକୁ ଫଟାଇ ଦେଇଥାଏ ।

 

Comments are closed.