Latest Odisha News

BREAKING NEWS

ରୋମାନିଆ ଯିବେ କିସର ୧୦ ଛାତ୍ରୀଛାତ୍ରୀ, ପ୍ରଦର୍ଶିତ କରିବେ ସେକ୍‍ସପିଅର ନାଟକ…

ଭୁବନେଶ୍ବର: ଓଡ଼ିଶାର ଜନଜାତି ଭାଷାରେ ପରିବେଷଣ ହେବ ପ୍ରଖ୍ୟାତ ନାଟ୍ୟକାର ସେକ୍‍ସପିଅରଙ୍କ ନାଟକ। ରୋମାନିଆରେ ଏହି ନାଟକ ପରିବେଷଣ କରିବେ କିସ୍‍ର ଛାତ୍ରଛାତ୍ରୀ। ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି।

ଏଥିରେ ସାମିଲ ହୋଇଛନ୍ତି କିସ୍‍ର ୧୦ଜଣ ପିଏଚ୍‍ଡି, ସ୍ନାତକ, ସ୍ନାତକୋତ୍ତର ଓ ବିବିଏ ପଢ଼ୁଥିବା ଛାତ୍ରଛାତ୍ରୀ। ଆସନ୍ତା ମେ ମାସରେ ରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ସେକ୍‍ସପିଅର ମହୋତ୍ସବରେ ଏହି ଛାତ୍ରଛାତ୍ରୀମାନେ ଯୋଗଦେଇ ସେକ୍‍ସପିଅରଙ୍କ ନାଟକକୁ ଜନଜାତି ଭାଷାରେ ପରିବେଷଣ କରିବେ। ବିଶ୍ୱ ରଙ୍ଗମଞ୍ଚରେ କିସ୍‍ ଛାତ୍ରଛାତ୍ରୀ ସେମାନଙ୍କ ନିଜସ୍ୱ ଭାଷାରେ ୩ଟି ସେକ୍‍ସପିଅର ନାଟକ ପରିବେଷଣ କରିବେ।

ଏହା କିସ୍‍, ଜନଜାତି ସମାଜ ଓ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି। ଏବେ ଛାତ୍ରଛାତ୍ରୀ ମାନେ ନାଟକ ଅଭ୍ୟାସ ଆରମ୍ଭ କରିଛନ୍ତି। ଦୀର୍ଘ ଦୁଇମାସ ଧରି ସେମାନେ ରୋମାନିଆରେ ରହି ପୁନର୍ବାର ନାଟକ ଅଭ୍ୟାସ ଜାରି ରଖିବେ ଓ ପରିବେଷଣ କରିବେ। କୌଣସି ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ସେକ୍‍ସପିଅରଙ୍କ ନାଟକ ଶିଖି ଅନ୍ତର୍ଜାତୀୟ ମଞ୍ଚରେ ଅଭିନୟ କରିବା ଭାରତରେ ପ୍ରଥମ ବୋଲି କୁହାଯାଉଛି।

ଏନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, କିସ୍‍ ଛାତ୍ରଛାତ୍ରୀମାନେ ପୂର୍ବରୁ କ୍ରୀଡ଼ା ଓ ଶିକ୍ଷା ଆଦି କ୍ଷେତ୍ରରେ ଦେଶ ବିଦେଶ ଯାଇ ସୁନାମ ଆଣୁଥିଲେ। ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିବେ। ଯାହା ସମସ୍ତଙ୍କ ପାଇଁ ଖୁସିର ବିଷୟ।

 

Leave A Reply

Your email address will not be published.