Latest Odisha News

କିସକୁ ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଗାଉନ୍ ପୁରସ୍କାର

ଭୁବନେଶ୍ୱର: ସ୍ଥାୟିତ୍ୱରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ କିସକୁ ସମ୍ମାନଜନକ ଇଣ୍ଟରନ୍ୟାସ୍‍ନାଲ୍‍ ଗ୍ରୀନ୍‍ ଗାଉନ୍‍ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ‘ଉଦୟ’ ପ୍ରକଳ୍ପ ପାଇଁ ଜୁଲାଇ ୧୭ ତାରିଖରେ ଜାତିସଂଘର ସ୍ଥାୟୀ ବିକାଶ ସମ୍ପର୍କିତ ଉଚ୍ଚସ୍ତରୀୟ ରାଜନୈତିକ ଫୋରମରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ବର୍ଗରେ ମିଳିଥିବା ପୁରସ୍କାର ନିମନ୍ତେ କିସ୍ ଭାରତର ଏକମାତ୍ର ଏନଜିଓ ଭାବେ ମନୋନୀତ ହୋଇଛି । ଉଦୟ ପ୍ରକଳ୍ପ ପାଇଁ ୨୫ଟି ଦେଶରୁ ୯୩ଟି ଅନୁଷ୍ଠାନ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଭାରତରୁ କିସ୍‍ ଏକମାତ୍ର ହୋଇଥିବା ବେଳେ ଅନ୍ୟାନ୍ୟ ଦେଶରୁ ୧୨ଟି ଅନୁଷ୍ଠାନ ପୁରସ୍କାର ପାଇଛନ୍ତି ।

ସୂଚନାଯୋଗ୍ୟ, ଜନଜାତି ଯୁବଗୋଷ୍ଠୀଙ୍କୁ ସେମାନଙ୍କ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ସହ ଜଡ଼ିତ କରାଇ ସେମାନଙ୍କୁ ଚେଞ୍ଜ ଏଜେଣ୍ଟରେ ପରଣିତ କରାଇବା ସହ ସେମାନଙ୍କୁ ସଶକ୍ତ କରାଇବା ଉଦ୍ଦେଶ୍ୟରେ ୨୦୧୮ରୁ ୨୨ ପର୍ଯ୍ୟନ୍ତ ରାଜ୍ୟର କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଉଦୟ ପ୍ରକଳ୍ପ କାର୍ଯ୍ୟ କରୁଥିଲା । ଏପରିକି କୋଭିଡ୍‍ ସମୟରେ ମଧ୍ୟ ଏହି ପ୍ରକଳ୍ପ ଜନଜାତି ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଇବାରେ ସମର୍ଥ ହୋଇପାରିଥିଲା ।

ଜାତିସଂଘର ପରିବେଶ କାର୍ଯ୍ୟକ୍ରମ, ରାଜ୍ୟ ଗୋଷ୍ଠୀ ବିଶ୍ୱବିଦ୍ୟାଳୟ ସଂଘ (ଏସିୟୁ), ଏୟୁଏଫ୍‍, ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସଂଘ (ଆଇଏୟୁ) ଏବଂ ଉଚ୍ଚଶିକ୍ଷା ସ୍ଥାୟୀ ପ୍ରୟାସ (ଏଚ୍‍ଇଏସ୍‍ଆଇ) ସହଯୋଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏକ ସ୍ଥାୟୀ ବିଶ୍ୱ ଗଠନ ପ୍ରୟାସକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଶ୍ୱର ବିଭିନ୍ନ ଶିକ୍ଷାନୁଷ୍ଠାନକୁ  ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଦୀର୍ଘ ଦନି ଧରି କିସ୍‍ ଏହି କ୍ଷେତ୍ରରେ ପ୍ରଭାବୀ ଓ ସର୍ଜନାମତ୍କ ଢ଼ଙ୍ଗରେ କାର୍ଯ୍ୟ କରି ଆସୁଥିବାରୁ କିସ୍‍କୁ ଏହି ପୁରସ୍କାକ ପ୍ରଦାନ କରାଯାଉଛି ବୋଲି ପୁରସ୍କାର ଚୟନ କମିଟି ପକ୍ଷରୁ କୁହାଯାଇଛି । କିସ୍ନି ଜ ଲକ୍ଷ୍ୟ ପଥରେ ଯାତ୍ରା ସମୟରେ ପାଇଥିବା ସଫଳତା ଓ ଚ୍ୟାଲେଞ୍ଜଗୁଡ଼ିକୁ ସମାନ ଭାବେ ଗ୍ରହଣ କରି ଅନୁଷ୍ଠାନର ସାହସିକତା, ଆତ୍ମ ବିଶ୍ୱାସ ଓ ନମ୍ରତା ପ୍ରଦର୍ଶନ କରିଛି ବୋଲି ପୁରସ୍କାର ଚୟନ କମିଟି ପକ୍ଷରୁ କୁହାଯାଇଛ ।

ଏହି ସ୍ୱୀକୃତି ଜଳବାୟୁ ଓ ଜୈବ ବିବଧିତା ସମସ୍ୟାର ସମାଧାନ କ୍ଷେତ୍ରରେ ଉଚ୍ଚତର ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରର ମହତ୍ତ୍ୱ ଉପରେ ଗୁରତ୍ୱାରୋପ କରୁଛି । ଏହି ପୁରସ୍କାର ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍‍ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଶୁଭେଚ୍ଛୁଙ୍କୁ ଅଭନିନ୍ଦନ ଜଣାଇବା ସହ ଏକ ସ୍ଥାୟୀ ବିଶ୍ୱ ଗଠନରେ କାର୍ଯ୍ୟ କରିବାକୁ ଏହି ପୁରସ୍କାର ଆହୁରି ଉତ୍ସାହିତ କରିବ ବୋଲି କହିଛନ୍ତି ।

Comments are closed.