Latest Odisha News

ବମ୍ବଲ୍ବି ବ୍ୟାଟ୍: ଦୁନିଆର ସବୁଠାରୁ ଛୋଟ ସ୍ତନ୍ୟପାୟୀ ପ୍ରାଣୀ

ଭୁବନେଶ୍ଵର: ସମଗ୍ର ପୃଥିବୀରେ ପ୍ରାୟ ୬୪୦୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ ବାଦୁଡି ଅନ୍ୟତମ । ବାଦୁଡି ମଧ୍ୟରେ ଏପରି ଏକ ବାଦୁଡି ଅଛି ଯାହାକୁ ଦୁନିଆର ସବୁଠାରୁ ଛୋଟ ସ୍ତନ୍ୟପାୟୀ ପ୍ରାଣୀ ବୋଲି କୁହାଯାଏ । ଏପରିକି ଗିନିଜ ବୁକରେ ମଧ୍ୟ ଏହି ବାଦୁଡି ସ୍ଥାନ ପାଇଛି । ତାର ନାଁ ହେଉଛି ବମ୍ବଲ୍ବି ବ୍ୟାଟ୍ ।

ଏକ କ୍ଷୁଦ୍ରତମ ବାଦୁଡିର ନାମ ହେଉଛି ବମ୍ବଲ୍ବି ବ୍ୟାଟ୍ ବା କିଟିସ୍ ହଗ୍ ନୋଜ୍ଡ ବ୍ୟାଟ୍ । ଏହାର ଓଜନ ମାତ୍ର ୨ଗ୍ରାମ୍ ଓ ଲମ୍ବା ୨୯ରୁ ୩୩ ମିଲିମିଟର । ଏହାର ଡେଣାର ଲମ୍ବ ୧୭୦ ମିଲିମିଟର। ଏହି ବାଦୁଡିର ପିଠିରେ ଗାଢ଼ ଲାଲ୍-ମାଟିଆ କିମ୍ବା ଧୂସର ରଙ୍ଗର ଲୋମ ଥିବା ବେଳେ ପେଟ ପଟେ ଥାଏ ଛୋଟ ଲୋମ। ସାଧାରଣତଃ ଏପ୍ରିଲ୍ ମାସରେ ଜନ୍ମ କରିଥାଆନ୍ତି ଏହି ବାଦୁଡି । ଏମାନଙ୍କର ଆୟୁସ ୫ରୁ ୧୦ବର୍ଷ । ସନ୍ଧ୍ୟାରେ ମାତ୍ର ୩୦ ମିନିଟ୍ ପର୍ଯ୍ୟନ୍ତ ଗୁମ୍ଫାରୁ ବାହାରକୁ ଯାଇ ମାତ୍ର ୧ କିଲୋମିଟର ଦୂରତା ମଧ୍ୟରେ ବୁଲି ଖାଦ୍ୟ ସଂଗ୍ରହ କରି ଫେରିଆସନ୍ତି ଏହି ବାଦୁଡି ।

ସାଧାରଣତଃ ଏହି ବାଦୁଡ଼ି ଦୁଇଟି ଦେଶରେ ଦେଖାଯାଆନ୍ତି । ଥାଇଲାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ଚୂନ ପଥର ଗୁମ୍ଫା ଭିତରେ ବାସକରନ୍ତି ଏହି କ୍ଷୁଦ୍ର ବାଦୁଡ଼ି । ସେହିପରି ମ୍ୟାନ୍ମାର୍ରେ ମଧ୍ୟ ଦେଖାଯାଆନ୍ତି ଏହି ବାଦୁଡ଼ି । ୨୦୦୮ରେ ମିଳିଥିବା ଏକ ରିପୋର୍ଟର ତଥ୍ୟ ଅନୁସାରେ, ଥାଇଲାଣ୍ଡର ୪୪ଟି ଏବଂ ମ୍ୟାନ୍ମାରର ୫ଟି ଗୁମ୍ଫା ଭିତରେ ଏହି ବାଦୁଡ଼ି ଦେଖିବାକୁ ମିଳିଥିଲା ।

Comments are closed.