ଇଡେନ ଗାର୍ଡେନ: ଚଳିତ ଆଇପିଏଲର ୫୩ତମ ମୁକାବିଲା ବେଶ ରୋମାଂଚକର ହୋଇଥିଲା । ଶେଷ ଓଭରରେ କୋଲକାତା ନାଇଟ ରାଇଡର୍ସ ୧ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା । ଏଥିସହ କେକେଆର ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ରିୟାନ ପରାଗଙ୍କ ୯୫ ରନର ଇନିଂସ ବ୍ୟର୍ଥ ହୋଇଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୪ ୱିକେଟ ବିନିମୟରେ ୨୦୬ ରନ କରିଥିଲା । ଅଙ୍ଗକୃଷ ରଘୁବଂଶୀ ୪୪ ଓ ଆନ୍ଦ୍ରେ ରସେଲ ୫୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଜବାବରେ ରାଜସ୍ଥାନ ୨୦ ଓଭରରେ ୭ ୱିକେଟ ବିନିମୟରେ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା ।
ରିୟାନ ପରାଗ ୪୫ ବଲରେ ୯୫ ରନ କରିଥିଲେ । ପରାଗ ୬ଟି ବଲରେ ୬ଛକା ମାରିଥିଲେ । ସେି ମୋଇନ ଅଲୀଙ୍କ ଓଭରରେ ୫ଟି ଏବଂ ବରୁଣ ଚକ୍ରବର୍ତିଙ୍କ ଓଭରର ପ୍ରଥମ ବଲରେ ଛକା ମାରିଥିଲେ । ଏଥିସହ ଆଇପିଏଲ ଇତିହାସରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୬ ବଲରେ ୬ ଛକା ମାରିଛନ୍ତି । ଶେଷ ଓଭରରେ ରାଜସ୍ଥାନ ବିଜୟ ପାଇଁ ୨୨ ରନ ଆବଶ୍ୟକ କରୁଥିଲା । ଜୋଫ୍ରା ଆର୍ଚ୍ଚର ପ୍ରଥମ ବଲରେ ୨ ଏବଂ ଦ୍ୱିତୀୟ ବଲରେ ୧ ରନ କରିଥିଲେ । ଏହା ପରେ ଶିବମ ଦୁବେ ତୃତୀୟ ବଲରେ ଛକା, ଚତୁର୍ଥ ବଲରେ ଚୌକା ଏବଂ ୫ମ ବଲରେ ଛକା ମାରି ରାଜସ୍ଥାନ ସପକ୍ଷରେ ମ୍ୟାଚକୁ ଆଣି ଦେଇଥିଲେ । ଶେଷ ବଲରେ ବିଜୟ ପାଇଁ ୩ ରନ ଆବଶ୍ୟ କରୁଥିବା ବେଳେ ଦୁବେ ଓ ଆର୍ଚ୍ଚର ୧ ରନ ସଂଗ୍ରହ କରିଥିଲେ । ଦ୍ୱିତୀୟ ରନ ବେଳକୁ ଆର୍ଚ୍ଚର ରନ ଆଉଟ ହୋଇ ଯାଇଥିଲେ ।
Comments are closed.