ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ତଥା ଫିଲ୍ମ ଅଭିନେତ୍ରୀ ଆଥିୟା ଶେଟ୍ଟୀ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ରାହୁଲ ଏହି ଖୁସୀ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ରାହୁଲ ଖେଳି ନାହାନ୍ତି । ତାଙ୍କ ପତ୍ନୀ ଗର୍ଭବତୀ ଥିବାରୁ ସେ ତାଙ୍କ ଉପରେ ନଜର ରଖିଥିଲେ । ପତ୍ନୀଙ୍କ ପ୍ରସବ ବେଦନା ଖବର ଶୁଣିବା ପରେ ରାହୁଲ ତାଙ୍କ ପାଖକୁ ଯାଇଥିଲେ । ଉଭୟ ମାଆ ଏବଂ ଶିଶୁ କନ୍ୟା ସୁସ୍ଥ ଅଛନ୍ତି ।
ଆଥିୟା ବଲିଉଡର ଆକ୍ସନ ହୀରୋ ସୁନୀଲ ଶେଟ୍ଟୀଙ୍କ ଝିଅ । ରାହୁଲ ଏବଂ ଆଥିୟା ଦିର୍ଘ ଦିନ ଭଲ ପାଇବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଆଇପିଏଲର ଗତ ସଂସ୍କରଣରେ ରାହୁଲ ଲକ୍ଷ୍ନୌ ଟିମ ପକ୍ଷରୁ ଖେଳିଥିଲେ । ଦଳ ଏହି ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିଲା । ଏହାର ମାଲିକଙ୍କ ସହ ରାହୁଲଙ୍କ ମତଭେଦ ସେ ସମୟରେ ଚର୍ଚ୍ଚାର କାରଣ ସାଜିଥିଲା । ମେଗା ନିଲାମରେ ରାହୁଲଙ୍କୁ ଦିଲ୍ଲୀ କିଣିଥିଲା ।
Comments are closed.