Latest Odisha News

ଆସନ୍ତୁ ଜାଣିବା କିଏ ହେଉଛନ୍ତି ଟିମ ଇଣ୍ଡିଆର ଅଭାଗ୍ୟଶାଳୀ କ୍ରିକେଟର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ବିରାଟ କୋହଲିଙ୍କୁ ସବୁଠାରୁ ଅଭାଗ୍ୟଶାଳୀ କ୍ରିକେଟର ଭାବେ ବିବେଚନା କରାଯାଇଥାଏ । ୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ ସେ ୧୭ ସିଜନ ଖେଳିଥିଲେ ମଧ୍ୟ ତାଙ୍କ ଦଳ ଚାମ୍ପିୟନ ହୋଇପାରି ନାହିଁ । ଏପରିକି ୨୦୧୩ ପରଠାରୁ ମଧ୍ୟ ଭାରତୀୟ ଟିମର ନିୟମିତ ସଦସ୍ୟ ଥିଲେ ମଧ୍ୟ ଦଳ କୌଣସି ଆଇସିସି ଟ୍ରଫି ଜିିତି ନ ଥିଲା । ଅବଶ୍ୟ ୨୦୨୪ ଟି୨୦ ବିଶ୍ୱକପ ପରେ ତାଙ୍କ ମୁଣ୍ଡରୁ ଏହି କଳଙ୍କ ଧୋଇ ହୋଇଯାଇଛି । ଭାରତ ଏହି ସଂସ୍କରଣରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । କୋହଲିଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ।

ସେ ହେଉଛନ୍ତି କେଏଲ ରାହୁଲ । ୨୦୧୪ରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେବେଠାରୁ ଭାରତ ଆଉ କୌଣସି ଆଇସିସି ଟ୍ରଫି ଜିିତି ନ ଥିଲା । ୨୦୨୪ରେ ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ଜିତିଥିଲେ ମଧ୍ୟ ରାହୁଲ ଦଳର ସଦସ୍ୟ ନ ଥିଲେ । ସେହିପର ୨୦୧୩ରୁ ସେ ଆଇପିଏଲ ଖେଳି ଆସୁଥିଲେ ମଧ୍ୟ ତାଙ୍କ ଦଳ ଚାମ୍ପିୟନ ହୋଇପାରି ନାହିଁ । ୨୦୧୩ରୁ ୧୫ ପର୍ଯ୍ୟ ସେ ଆରସିବି, ୨୦୧୫ରୁ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ । ଏହା ପରେ ପୂନର୍ବାର ଆରସିବି ଏବଂ ପରେ ପଞ୍ଜାବ କିଙ୍ଗସ, ଲକ୍ଷ୍ନୌ ସୁପର ଜ୍ୟାଂଟସ ତରଫରୁ ଖେଳିଥିଲେ ମଧ୍ୟ ଦଳ ଟାଇଟଲ ଜିତିପାରି ନାହିଁ ।

Comments are closed.