Latest Odisha News

BREAKING NEWS

ସେଂଚୁରିଆନରେ କୀର୍ତିମାନ ସ୍ଥାପନ କଲେ ରାହୁଲ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ କେଏଲ ରାହୁଲ ସ୍ମରଣୀୟ ଶତକ ହାସଲ କରିଛନ୍ତି । ତାଙ୍କର ୧୩୭ ବଲରୁ ୧୦୧ ରନର ଇନିଂସକୁ ଭୂୟସୀ ପ୍ରଶଂସା କରାଯାଉଛି । ସେ ତାଙ୍କ ଇନିଂସରେ ୧୪ ଚୌକା ଓ ୪ ଛକା ମାରିଥିଲେ । ରାହୁଲ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ୨ଟି ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ଏପରିକି ବ୍ରାଏନ ଲାରା, ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରିକି ପଂଟି ମଧ୍ୟ ଏହି ସଫଳତା ହାସଲ କରିପାରି ନାହାନ୍ତି । ୨୬ ଡିସେମ୍ବର ୨୦୨୧ରେ ସେ ସେଂଚୁରିଆନରେ ପ୍ରଥମ ଶତକ ମାରିଥିଲେ । ଆନ୍ତର୍ଜାତୀୟ ଟେଷ୍ଟରେ ଏହା ତାଙ୍କର ୮ମ ଶତକ ।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୪୫ ରନ ସଂଗ୍ରହ କରିଛି । ଏହାର ଜବାବରେ ଖବର ହସ୍ତଗତ ହେଲା ବେଳକୁ ଦକ୍ଷିଣ ଆଫ୍ରିକା ୩ ୱିକେଟ ବିନିମୟରେ ୨୦୯ ରନ ସଂଗ୍ରହ କରି ନେଇଛି । ରାହୁଲ ଏହି ଟେଷ୍ଟ ସିରିଜରେ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ଖେଳୁଛନ୍ତି ।

Comments are closed.