Latest Odisha News

BREAKING NEWS

ଭାରତ ଏ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି ରାହୁଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । କେଏଲ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଏହାର ପ୍ରମୁଖ କାରଣ ରହିଥିଲା । ଅବଶ୍ୟ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିପାରି ନାହିଁ । ରାହୁଲଙ୍କ ଭୂମିକା ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଏଥିରେ ମୁଣ୍ଡ ପୂରାଇବା ଅପେକ୍ଷା ରାହୁଲ ଏକ ବୁଦ୍ଧିମାନର କାମ କାର୍ଯ୍ୟ କରିଛନ୍ତି । ଭାରତୀୟ ଟିମ ଖୁବ ଶୀଘ୍ର ଇଂଲଣ୍ଡ ଗସ୍ତରେ ଯିବ । ଉଭୟ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ପ୍ରସ୍ତୁତି ଦୃଷ୍ଟିକୋଣରୁ ରାହୁଲ ଭାରତ ଏ ପକ୍ଷରୁ ଖେଳିବା ପାଇଁ ସୁଯୋଗ ପ୍ରଦାନ କରିବାକୁ ବିସିସିଆଇକୁ ଅନୁରୋଧ କରିଛନ୍ତି । ୬ ଜୁନରୁ ୯ ପର୍ଯ୍ୟନ୍ତ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।

ଇଂଲଣ୍ଡରେ ଭାରତର ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନାହିଁ । ସୋମବାର ରାହୁଲ ଯେତେଦୂର ସମ୍ଭବ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । ସିନିୟର ଟିମର ଅଂଶବିଶେଷ ହୋଇଥିବାରୁ ବିସିସିଆଇ ମଧ୍ୟ ରାହୁଲଙ୍କୁ ଅଭ୍ୟାସ ପାଇଁ ପଠାଇବାକୁ ରାଜି ହୋଇଯାଇଛି ବୋଲି ଇଣ୍ଡିଆନ୍ସ ଏକ୍ସପ୍ରେସରେ ଖବର ପ୍ରକାଶ ପାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଏହି ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ରାହୁଲ ଓ ରିଷଭ ପନ୍ତ ଦଳ ପାଇଁ ଟ୍ରମ୍ପ କାର୍ଡ ହେବେ ବୋଲି ଅନୁମାନ କରାଯାଉଛି ।

Comments are closed.