Latest Odisha News

BREAKING NEWS

କେଏଲ ରାହୁଲ ହୋଇ ପାରନ୍ତି ଦିନିକିଆ ଦଳର ଅଧିନାୟକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଆଘାତପ୍ରାପ୍ତ ହୋଇଥିବାରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ ଖେଳି ନ ପାରନ୍ତି । ତାଙ୍କ ସ୍ଥାନରେ କେଏଲ ରାହୁଲ ଦିନିକିଆ ଦଳର ନେତୃତ୍ୱ ନେବା ସମ୍ଭାବନା ଉଜ୍ଜୀବୀତ ହୋଇଛି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ରାଂଚୀରେ ନଭେମ୍ବର ୩୦ରୁ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଅବସରରେ ଗିଲ ବ୍ୟାଟିଂ କରୁଥିବା ବେଳେ ବେକରେ ଆଘାତ ପାଇଥିଲେ । ସେ ମ୍ୟାଚ ଅଧାରୁ ଡାକ୍ତରଖାନା ଯାଇଥିଲେ । ପରେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ସେ ଖେଳି ନ ଥିଲେ । ଗିଲ ଏବଂ ଶ୍ରେୟାଶ ଆୟାରଙ୍କ ଅନୁପସ୍ଥିତିରେ ରାହୁଲ ଅଧିନାୟକ ଦାବୀଦାର ରହିଛନ୍ତି ।

ରିଷଭ ପନ୍ତଙ୍କ ନାମ ଉଠୁଥିଲେ ମଧ୍ୟ ସେ ଗତ ବର୍ଷ କେବଳ ଗୋଟିଏ ମାତ୍ର ଦିନିକିଆ ମ୍ୟାଚ ଖେଳିଛନ୍ତି । ରାହୁଲ ଜଣେ ଅଭିଜ୍ଞ ଖେଳାଳି ହୋଇଥିବାରୁ ବିସିସିଆଇ ତାଙ୍କ ନାମରେ ମୋହର ମାରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଡିସେମ୍ବର ୨୦୨୩ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ରାହୁଲ ଦିନିକିଆ ଦଳର ନେତୃତ୍ୱ ନେଇଥିଲେ । ୨ ବର୍ଷ ପରେ ପୂନର୍ବାର ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ଆଶା କରାଯାଉଛି । ଅଭିଜ୍ଞତା, ସ୍ଥିର ମସ୍ତିଷ୍କ, ବ୍ୟାଟ୍ସମ୍ୟାନ ଓ ୱିକେଟକିପର ଭାବେ ରାହୁଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Comments are closed.