Latest Odisha News

ଟେଷ୍ଟରେ କେଏଲ ରାହୁଲ ୱିକେଟ କିପିଂ କରିବେ

ସେଂଚୁରିଆନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଡିସେମ୍ବର ୨୬ରୁ ଖେଳାଯିବ । ମୁକାବିଲା ପୂର୍ବରୁ କେଏଲ ରାହୁଲ ୱିକେଟ କିପିଂ କରିବେ ବୋଲି କୋଚ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି । ଏଠାକାର ପିଚରେ ବଲ ବେଶୀ ଟର୍ଣ୍ଣ କରୁ ନ ଥିବାରୁ ରାହୁଲଙ୍କୁ ବିଶେଷ ଅସୁିବିଧା ହେବ ନାହିଁ ବୋଲି ଡ୍ରାଭିଡ କହିଛନ୍ତି । ରାହୁଲ ଦୀର୍ଘ ଦିନ ଧରି କିପିଂ ଅଭ୍ୟାସ କରି ଆସୁଛନ୍ତି । ଏହା ତାଙ୍କ ନିକଟରେ ଏକ ଭଲ ସୁଯୋଗ ବୋଲି ସେ କହିଛନ୍ତି । ଈଶାନ କିଶାନ ଉପଲବ୍ଧ ନ ହେବା ଯୋଗୁ ଟିମ କମ୍ବିନେଶନ ଯେପରି ପ୍ରଭାବିତ ନ ହେବ ସେଥିନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅବସରରେ ଡ୍ରାଭିଡ ବିଶ୍ୱକପ ଫାଇନାଲ ପରାଜୟକୁ ଭୁଲି ଆଗକୁ ବଢ଼ିବାକୁ ହେବ ବୋଲି କହିଥିଲେ । ଜଣେ ଭଲ କ୍ରିକେଟର ଏ ଭଳି ପରିସ୍ଥିତି ବାରମ୍ବାର ସାମ୍ନା କରି ଆସିଥାଏ ।

ପ୍ରଥମ ଟେଷ୍ଟରେ ଭାରତ ୨ ସ୍ପିନର ଓ ୩ ପେସର କିମ୍ବା ୪ ପେସରଙ୍କୁ ନେଇ ଖେଳିପାରେ । ଅଧିନାୟକ ରୋହିତ ଶର୍ମାଙ୍କ ସହ ୟଶସ୍ୱୀ ଜୈସୱାଲ କିମ୍ବା ଶୁଭମନ ଗିଲ ଓପିନଂ କରିପାରନ୍ତି । ଯେତେଦୂର ସମ୍ଭବ ଶୁଭମନ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ଏମାନଙ୍କ ପଛକୁ ବିରାଟ କୋହଲି, ରାହୁଲ ଓ ଶ୍ରେୟାଶ cଆୟାର ବ୍ୟାଟିଂ କରିବେ । ରବୀନ୍ଦ୍ର ଜାଡେଜାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ସେହିପରି ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ପେସ ବୋଲିଂ ବିଭାଗ ଦାୟିତ୍ୱ ତୁଲାଇବେ । ମୁକେଶ କୁମାର ଓ ପ୍ରସିଦ୍ଧ କ୍ରିଷ୍ଣା ତୃତୀୟ ପେସର ଭାବେ ଟିମରେ ସାମିଲ ହୋଇପାରନ୍ତି ।

Leave A Reply

Your email address will not be published.