Latest Odisha News

BREAKING NEWS

ଫିଟ ଅଛନ୍ତି ତ ଧୋନୀ, ଚିନ୍ତାରେ ପ୍ରଶଂସକ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୧୯ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୂନର୍ବାର ପଡିଆକୁ ଓହ୍ଲାଇବା ପାଇଁ ନିଷ୍ପତି ନେଇଛନ୍ତି । ୪୪ ବର୍ଷୀୟ ଧୋନୀଙ୍କ ଏକ ଫଟୋ ଏବେ କିନ୍ତୁ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଚିଦାମ୍ବରମ ଷ୍ଟାଡିୟମରେ ଅଭ୍ୟାସ କରିବା ପରେ ଧୋନୀ ଛୋଟେଇ ଛୋଟେଇ ଆସୁଥିବା ଜଣାପଡିଛି । ସୋସିଆଲ ମିଡିଆରେ ଏବେ ଏହା ଭାଇରାଲ ହୋଇଛି । ଧୋନୀ ପୂର୍ବଭଳି ଫିଟ ନାହାନ୍ତି । ୪୪ ବର୍ଷ ବୟସରେ ତାଙ୍କ ଶରୀର ଏବେ ପୂର୍ବଭଳି ସହଯୋଗ କରୁନି ।

ଧୋନୀ ଆଇପିଏଲରେ ଏହି ପରିଣତ ବୟସରେ ଖେଳିବା ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେତେଜଣ ଏହାକୁ ଗ୍ରହଣ କରୁଥିବା ବେଳେ ଅନ୍ୟମାନେ ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଟାଇଟଲ ହାସଲ କରିଛି । ୨୦୨୨ରେ ଧୋନୀ ଅଧିନାୟକ ପଦ ଛାଡିବା ପରେ ରବୀନ୍ଦ୍ର ଜାଡେଜା ଏହାକୁ ଗ୍ରହଣ କରିଥିଲେ । ଦଳର ଖରାପ ପ୍ରଦର୍ଶନ ଯୋଗୁ ସେ ଟୁର୍ଣ୍ଣାମେଂଟ ଅଧାରୁ ପୂନର୍ବାର ଦାୟିିତ୍ୱ ଗ୍ରହଣ କରିଥିଲେ । ୨୦୨୪ରେ ରିତୁରାଜ ଗାଏକ୍ୱାଡ ଦଳର ଅଧିନାୟକ ହୋଇଥିଲେ । ଏହି ସଂସ୍କରଣରେ ରିତୁରାଜ ପୂନର୍ବାର ଅଧିନାୟକ ହେବେ ।

Leave A Reply

Your email address will not be published.