Latest Odisha News

BREAKING NEWS

ବିଦେଶ ଯାତ୍ରା ଭିସା ପାଇବା ପାଇଁ ଏଠାକୁ ଆସନ୍ତି ଲୋକ….

ନୂଆଦିଲ୍ଲୀ : ଅଧିକାଂଶ ଲୋକ ନିଜର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ଭଗବାନଙ୍କ ଆଶ୍ରୟ ନିଅନ୍ତି । ଅନେକ ମଠ ମନ୍ଦିର ଯାଆନ୍ତି  । କିନ୍ତୁ  ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକେ ବିଦେଶ ଯାତ୍ରା ଭିସା ପାଇବା ପାଇଁ ଆସିଥାନ୍ତି। କଥା ଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ , କିନ୍ତ ଏହା ସତ୍ୟ । ହାଇଦ୍ରାବାଦ ସହରରେ ଅବସ୍ଥିତ ରହିଛି ଏପରି ଚମତ୍କାରୀ ମନ୍ଦିର। ହାଇଦ୍ରାବାଦ ସହରରେ ଚିଲକୁର ବାଲାଜୀ ନାମରେ ଏକ ପ୍ରସିଦ୍ଧ ମନ୍ଦିର ରହିଛି। ପ୍ରାୟ ୫୦୦ ବର୍ଷର ପୁରୁଣା ଐତିହାସିକ ମନ୍ଦିର ଏକ ନିଆରା କାରଣ ପାଇଁ ଚର୍ଚ୍ଚାରେ ରହିଥାଏ।

ଏହି ମନ୍ଦିର ଭିସା ମନ୍ଦିର ନାମରେ ଜଣାଶୁଣା। କାରଣ ଲୋକେ ବିଦେଶ ଯାତ୍ରା ପାଇଁ ଭିସା ପାଇବା ଆଶାରେ ଏହି ମନ୍ଦିର ଦର୍ଶନ କରିଥାନ୍ତି। ଯାହାର ଭିସା ପାଇବାରେ ଅସୁବିଧା ହୁଏ ସେମାନେ ଚିଲକୁର ବାଲାଜୀ ମନ୍ଦିର ଦର୍ଶନ କରିଥାନ୍ତି। ଏହି ମନ୍ଦିରରେ ଭକ୍ତ ମାନେ ନିଜ ଆରାଧ୍ୟ ଦେବତାଙ୍କ ଶରଣାପନ୍ନ ହୋଇଥାନ୍ତି। ବିଶ୍ବାସ ରହିଛି ଯେ ଭଗବାନଙ୍କ ନିକଟରୁ  କେହି କେବେ ଖାଲି ହାତରେ ଫେରନ୍ତି ନାହିଁ। ଏଠାରେ ସମସ୍ତଙ୍କର ଇଚ୍ଛା ପୂରଣ ହୋଇଥାଏ। ଅନେକ ଲୋକଙ୍କୁ ଆମେରିକା ଯିବାପାଇଁ ଏଠାରୁ ଭିସା ମିଳିସାରିଛି।

ବ୍ରିଟେନ ହେଉ କିମ୍ବା ଆମେରିକା ଅଥବା କାନାଡା, ବିଦେଶକୁ ଯିବା ପାଇଁ ଭିସା ନିହାତି ଦରକାର  । ଏମିତିରେ ଅପେକ୍ଷା କରିବାକୁ ପଡିଥାଏ। କାରଣ ଅନେକ ସମୟରେ ମାସ ମାସ ଧରି ଅପେକ୍ଷା କରିବା ପରେ ଭିସା ପ୍ରତ୍ୟାଖ୍ୟାନ ହୋଇଯାଇଥାଏ। ଯାହା ପରେ ଅଧିକାଂଶ ଲୋକଙ୍କ ପାଖରେ ଏକମାତ୍ର ଉପାୟ ରହିଥାଏ। ତାହା ହେଉଛି ଏହି ମନ୍ଦିରରେ ଭଗବାନଙ୍କ ଦର୍ଶନ। ବିଶ୍ୱାସ କରାଯାଏ ଯେ ଏଠାକୁ ଆସିବା ପରେ ତୁରନ୍ତ ଆମେରିକା ଯାତ୍ରା ପାଇଁ ଭିସା ମିଳିଯାଏ। ଆଉ ଇଚ୍ଛା ପୂରଣ ହେବା ପରେ ମନ୍ଦିରକୁ ଆସି  ୧୦୮ ଥର ପରିକ୍ରମା କରିବାକୁ ହୋଇଥାଏ। ଏପରି କରି ଭକ୍ତମାନେ ଭଗବାନଙ୍କ ଆଶୀର୍ବାଦ ନେଇଥାନ୍ତି।

Leave A Reply

Your email address will not be published.