Latest Odisha News

ଆପଣଙ୍କୁ ଧନୀ କରାଇବ କଦଳୀ ଗଛ, କିପରି ଜାଣନ୍ତୁ….

ହିନ୍ଦୁ ଧର୍ମରେ ପୂଜା ପାଠ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଥାଉ  । ବିଶେଷ କରି ବିଭିନ୍ନ ବୃକ୍ଷଲତା ଉପରେ ବିଶ୍ୱାସ ରଖିଥାଉ । ବୃକ୍ଷଲତାରେ ଦେବୀ ଦେବତାଙ୍କ ବାସ ରହିଛି ବୋଲି ଆମେ ମାନିଥାଉ । ଏହାସହ କିଛି ସ୍ୱତନ୍ତ୍ର ବୃକ୍ଷଲତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଦେବତାଙ୍କ ବିଶେଷ କୃପା ମିଳିଥାଏ । ଯେପରିକି ପ୍ରତ୍ୟେକ ଘରେ ତୁଳସୀ ଗଛ, ବେଲ ଗଛ,କଦଳୀ ଗଛ ପୂଜା କରିଥାଉ  । ତେବେ ଏହିଦିନ କଦଳୀ ବୃକ୍ଷର ପୂଜା କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଜାଣନ୍ତୁ….

ଗୁରୁବାର ଦିନଟି ଭଗବାନ ବିଷ୍ଣୁ ଓ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁରୁବାର ଦିନ କଦଳୀ ବୃକ୍ଷ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବା ସହ ଭଗବାନ ବିଷ୍ଣୁଙ୍କ କୃପା, ଆଶୀର୍ବାଦ ମିଳିଥାଏ । ଏଥିସହ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ଧନର ଅଭାବ ଦୂର ହୋଇ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ । ଭଗବାନ ବିଷ୍ଣଙ୍କ କୃପା ମିଳିଲେ ମା’ଲକ୍ଷ୍ମୀଙ୍କ ମଧ୍ୟ କୃପା ମିଳିଥାଏ । ଘରର ବଗିଚାରେ କଦଳୀ ବୃକ୍ଷ ଲଗାଇଲେ ଗୃହରେ କଦାପି ଦରିଦ୍ରତା କିମ୍ବା ଦୁଃଖ ଆସିନଥାଏ ।
ଗୁରୁବାର ଦିନ ସ୍ନାନ ଆଦି ପରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ମୁଣ୍ଡରେ ମଧ୍ୟ ଏହି ହଳଦିଆ ବସ୍ତ୍ର ରଖି କଦଳୀ ବୃକ୍ଷ ନିକଟକୁ ଯାଇ ପ୍ରଣାମ କରନ୍ତୁ। ଏହାଦ୍ୱାରା ଖୁବ୍‌‌ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ।

କଦଳୀ ବୃକ୍ଷର ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ । ଘରେ ସୁଖ ସମୃଦ୍ଧି ପ୍ରବେଶ କରିବା ସହ ମନସ୍କାମନା ପୂରଣ ହୋଇଥାଏ । ଘରେ ସୁଖ ସମୃଦ୍ଧି ଓ ଧନସମ୍ପତ୍ତି ବୃଦ୍ଧି ପାଇଁ କଦଳୀ ଗଛର ଚେରକୁ ନିଜ ପାଖରେ ରଖନ୍ତୁ। ପ୍ରଥମେ ଚେରକୁ ଗଙ୍ଗାଜଳରେ ଧୋଇ ହଳଦୀ ରଙ୍ଗର ସୂତାରେ ବାନ୍ଧି ରଖନ୍ତୁ। ଏହାପରେ ଏହାକୁ ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ। ଏହି ଉପାୟ ଗୁରୁବାର ଦିନ କରନ୍ତୁ।

 

 

Comments are closed.