Latest Odisha News

ବୁଧବାର କଟକ, ଭୁବନେଶ୍ୱରର କେଉଁ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସରବରାହ, ଜାଣନ୍ତୁ

ଭୁବନେଶ୍ୱର: ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ରାଜଧାନୀର କିଛି ଅଞ୍ଚଳ ସହିତ ଗ୍ରାମାଞ୍ଚଳ ଏବଂ କଟକର କିଛି ଅଞ୍ଚଳରେ ବୁଧବାର ଦିନ ବିଦ୍ୟୁତ କାଟ ହେବା ନେଇ ଏକ ନୋଟିସ ଜାରି କରାଯାଇଛି । ବିଦ୍ୟୁତ ମରାମତି କାର୍ଯ୍ୟ ଯୋଗୁଁ ସରବରାହ ବନ୍ଦ ରହିବ ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି ।

ସେସୁ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଦିନ ୯ଟାରୁ ୨ଟା ପର୍ଯ୍ୟନ୍ତ ରାଜଧାନୀର ଗାଡ଼କଣ, ଲିଙ୍ଗିପୁର କେନାଲ୍ ରୋଡ଼, ବଡ଼ଦା ହସ୍ପିଟାଲ, ସାମନ୍ତରାଏପୁର, ମହାବୀର ନଗର ଏବଂ ନୂଆଗାଁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ।

ସେହିପରି ଭାବେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଦିନ ୯ଟାରୁ ଦିନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।

କଟକ ଗ୍ରାମାଞ୍ଚଳର ନରସିଂହପୁର ଓ ବାଘଧରିଆ ଅଞ୍ଚଳରେ ସକାଳ ୭ଟା ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ବୋଲି ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

Comments are closed.