Latest Odisha News

ମତ୍ସ୍ୟସେବା ନିଯୁ୍କ୍ତି ନିୟମରେ ସଂଶୋଧନ: ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ  ୫୦ ପ୍ରତିଶତ ପଦବୀ ରହିବ ସଂରକ୍ଷିତ

ଭୁବନେଶ୍ୱର: ମତ୍ସ୍ୟ ବିଭାଗରେ ୫୦ ପ୍ରତିଶତ ପଦବୀ ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ  ସଂରକ୍ଷିତ ରହିବ । ସେହିପରି ୨୫ ପ୍ରତିଶତ ପଦବୀ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା (ମତ୍ସ୍ୟ) ପାଇଥିବା ଛାତ୍ରଙ୍କ ପାଇଁ  ସଂରକ୍ଷିତ ରହିବ ।  ବଳକା ୨୫ ପ୍ରତିଶତ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ପାଇଁ ସଂରକ୍ଷିତ ରହିବ । ଏହି ନିଷ୍ପତ୍ତି ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନିଆ ଯାଇଛି ।

ଆଜି ଓଡ଼ିଶା ଅଧସ୍ତନ ମତ୍ସ୍ୟସେବା (ନିଯୁ୍କ୍ତି ସର୍ତ୍ତାବଳୀ) ନିୟମ ୨୦୧୩ର ସଂଶୋଧନ ବିଲକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଏହି ସଂଶୋଧନ ଅନୁଯାୟୀ ଏହି ବିଭାଗରେ ହେଉଥିବା ନିଯୁକ୍ତି ପରୀକ୍ଷାରେ ମୌଖିକ ପରୀକ୍ଷାକୁ ଉଚ୍ଛେଦ କରାଯାଇଛି । ଲିଖିତ ପରୀକ୍ଷା ବ୍ୟବସ୍ଥା ଦ୍ୱାରା କନିଷ୍ଠ ମତ୍ସ୍ୟ ବୈଷୟିକ ସହକାରୀ ପଦବୀ ନିମନ୍ତେ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କୁ ସିଧାସଳଖ ନିଯକ୍ତି ଦିଆଯିବ । ଫଳରେ ନିଯୁକ୍ତି ପ୍ରକ୍ରିୟା ପ୍ରତିଯୋଗିତାମୂଳକ ହେବ ଯଦ୍ୱାରା ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ/ପ୍ରାର୍ଥୀନି ନିଯୁକ୍ତି ପାଇପାରିବେ ।

ଏହାଦ୍ୱାରା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ତୃଣମୂଳ ସ୍ତରରେ ହୋଇପାରିବ ।

Comments are closed.