ଭୁବନେଶ୍ୱର: ସରକାରୀ ସ୍କୁଲରେ ହାଇସ୍କୁଲ ପାଠ୍ୟକ୍ରମରେ ଏଣିକି ଏପ୍ରିଲ ମାସରୁ ଆରମ୍ଭ ହେବ ନୂଆ ଶିକ୍ଷବର୍ଷ । ନୂଆା ଶିକ୍ଷାବର୍ଷ ଏପ୍ରିଲର ଆାରମ୍ଭ ହୋଇ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ନୂତନ ଶିକ୍ଷାବର୍ଷର ଖସଡା ସମ୍ପର୍କରେ ସମସ୍ତ ସୂଚନା ଏକ ବିଜ୍ଞପ୍ତି ଜରିଆରେ ଦେଇଛନ୍ତି ବୋର୍ଡ ।
ବୋର୍ଡ ପକ୍ଷରୁ କୁହାଯାଇଛି, ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଥିଲା ନୂତନ ଶିକ୍ଷାବର୍ଷ ୨୦୨୩-୨୪ରେ ମଧ୍ୟ ସେହି ପାଠ୍ୟକ୍ରମ ପ୍ରଚଳିତ ହେବ । ନୂତନ ଶିକ୍ଷାବର୍ଷରେ ମୂଲ୍ୟାୟନ ଶୈଳୀ ମଧ୍ୟ ପୂର୍ବପରି ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ପୂର୍ବରୁ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ ବହିରେ ଷ୍ଟାର ମାର୍କ ଚିହ୍ନିତ ବିଷୟ ପଢା ଯାଉ ନ ଥିବା ତଥା ପରୀକ୍ଷାରେ ପଢୁ ନ ଥିବାବେଳେ ନୂଆ ଶିକ୍ଷାବର୍ଷ ୨୦୨୩-୨୪ରେ ସେହି ଷ୍ଟାର ଚିହ୍ନିତ ବିଷୟ ପଢାଯିବ । ପରୀକ୍ଷାରେ ଏହି ବିଷୟରୁ ପ୍ରଶ୍ନ ମଧ୍ୟ ଆସିବ ବୋଲି ସ୍ପଷ୍ଟ କରିଛି ବୋର୍ଡ ।ଏଥିସହିତ ଚଳିତବର୍ଷ ଯେଉଁଭଳି ପ୍ରଶ୍ନପତ୍ର ଏବଂ ପରୀକ୍ଷା ଶୈଳୀ ରହିଛି, ନୂଆ ଶିକ୍ଷା ବର୍ଷରେ ମଧ୍ୟ ଠିକ ସେମିତି ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ଏଥିସହିତ ନୂତନ ଶିକ୍ଷା ବର୍ଷର ସବିଶେଷ ବିବରଣୀ ବୋର୍ଡ ୱେବସାଇଟରେ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀ ବୋର୍ଡ ୱେବସାଇଟ www.bseodisha.ac.in କୁ ଯାଇ ଏ ସଂକ୍ରାନ୍ତ ବିବରଣୀ ପାଇପାରିବେ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
Comments are closed.