Latest Odisha News

BREAKING NEWS

ସୁନ୍ଦରଗଡରେ ଚିହ୍ନଟ ୬ ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ; ଜାଣନ୍ତୁ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ବୁଧବାର ଦିନ ୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନେ କ୍ୱାରେନଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ୨ ଜଣ ବାରିପଦା, ୨ ଜଣ ଦିଲ୍ଲୀ ଓ ବାକି ୨ ଜଣ ତାମିଲନାଡୁ ଫେରନ୍ତା ରହିଛନ୍ତି ।

ଆହୁରି ମଧ୍ୟ ଏହି ସମସ୍ତ ଆକ୍ରାନ୍ତ ରାଉରକେଲାର ବିପିୟୁଟି, ଝିରପାଣି ଓ ସେକ୍ଟର ୧୮ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ କୌଣସି ସ୍ଥାନୀୟ ମାମଲା ଚିହ୍ନଟ ହୋଇନାହିଁ । ସମସ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୩୭ଟି ସକ୍ରିୟ କରୋନା ମାମଲା ରହିଥିବା ବେଳେ ୧୩୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.