Latest Odisha News

BREAKING NEWS

୪ ବର୍ଷ ପରେ ଫେଡ୍ କପ ଟିମକୁ ଫେରିଲେ ସାନିଆ

ମୁମ୍ବାଇ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ୪ ବର୍ଷ ପରେ ଫେଡକପ ଟିମରେ ସ୍ଥାନ ପାଇଛନ୍ତି । ଏସିଆ ଓସିଏନ ଗ୍ରୁପ ଏ’ ମୁକାବିଲା ପାଇଁ ସାନିଆଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଅଙ୍କିତା ରୈନା, ରିୟା ଭାଟିଆ ଋତୁଜା ଭୋଁସେଲ ଓ ଅଧିନାୟକ କରଗନ କୌର ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି । ଅଙ୍କିତା ଭାଁବରୀ କୋଚ ନିଯୁକ୍ତ ହୋଇଛନ୍ତି ।

ଏହା ପୂର୍ବରୁ ୨୦୧୬ରେ ସାନିଆ ଶେଷଥର ଫେଡକପ ମୁକବିଲାରେ ଅଂଶଗ୍ରହଣ କରିଥିଲେ ।

ଏହା ବ୍ୟତୀତ ସାନିଆ ହୋବାର୍ଟ ଅନ୍ତର୍ଜାତୀୟ ଟୁର୍ନାମେଂଟରେ ମଧ୍ୟ ଅଂଶଗ୍ରହଣ କରିବେ । ଅଷ୍ଟ୍ରେଲିଆନ୍ ଓପନରେ ସେ ଆମେରିକାର ରାଜୀବ ରାମଙ୍କ ସହ ମିକ୍ସଡ ଡବଲ୍ସରେ ଅଂଶଗ୍ରହଣ କରିବେ । ଗତ ବର୍ଷ ଅକ୍ଟୋବରରେ ସାନିଆ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ସେ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ପତ୍ନୀ ଅଟନ୍ତି ।

Leave A Reply

Your email address will not be published.