Latest Odisha News

BREAKING NEWS

ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ଗୋଟିପୁଅ ନାଚ ସମ୍ପର୍କରେ ଆସନ୍ତୁ ଜାଣିବା

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକଙ୍କ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ଅନେକ ପରିବର୍ତ୍ତନ ଆଣିପାରିଛି ।

ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ ।

ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।

ଆଜି ଆମେ ଜାଣିବା ଗୋଟିପୁଅ ନାଚ ସମ୍ପର୍କରେ..

ଗୋଟିପୁଅ ଭାରତର ତଥା ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଛି । ଓଡ଼ିଆରେ “ଗୋଟି”ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ

Leave A Reply

Your email address will not be published.