Latest Odisha News

BREAKING NEWS

ଭାରତର ବିରଳ ‘ଜାତାପୁ ଜନଜାତି’ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଜାତାପୁ ଭାରତର ଏକ ଅନୁସୂଚିତ ଜନଜାତି । ଜାତାପୁ ସଂପ୍ରଦାୟ କନ୍ଧ ଜନଜାତିର ଏକ ଗୋଷ୍ଠୀ ଏବଂ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବସବାସ କରନ୍ତି ।ଆନ୍ଧ୍ର ପ୍ରଦେଶରେ ପାହାଡ଼ରେ ବସବାସ କରୁଥିବା ଜାତାପୁମାନେ କୁଇ ଏବଂ ସମତଳ ଅଞ୍ଚଳରେ ରହୁଥିବା ଜାତାପୁମାନେ ତେଲୁଗୁ କହନ୍ତି । ମୁଖ୍ୟତଃ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଏବଂ ବିଜୟନଗରମ ଜିଲ୍ଲାରେ ରହୁଥିବା ଏହି ଜନଜାତି ସମୟକ୍ରମେ ଭିନ୍ନ ଭିନ୍ନ ବଂଶରେ ବିଭକ୍ତ ହୋଇ ଏବଂ ଜାତାପୁ ଦୋରା ଏବଂ ସାମନ୍ତୁଲୁ ଇତ୍ୟାଦି ନାମରେ ଜଣାଶୁଣା [୩]। ସେମାନେ ଦକ୍ଷିଣ ଓଡ଼ିଶାରେ ଅବିଭକ୍ତ କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଏବଂ ପାହାଡ଼ର ପାଦ ଦେଶରେ ରହନ୍ତି ।

ଜାତାପୁ ପରିବାର ସଧାରଣତଃ ପିତୃକୈନ୍ଦ୍ରିକ ହୋଇଥାଏ । ବିବାହ ମଧ୍ୟରେ ନିର୍ବନ୍ଧ-ବିବାହ ସାଧାରଣ ଏବଂ ସମଗୋତ୍ରୀ ବିବାହ ହେଉଛି ସବୁଠାରୁ ପସନ୍ଦଯୋଗ୍ୟ ବିବାହ । ତେବେ ବିବାହ କରିବାର ଅନ୍ୟ ଉପାୟଗୁଡ଼ିକ ହେଉଛି ଇଲାରାକାଓଁ (ବର କନ୍ୟାଘରେ ରହିଯିବା), ମାଗାନାଲୀ (ବର ସହ କନ୍ୟାର ପଳାୟନ) ଏବଂ କନ୍ୟା ବଦଳରେ ଦ୍ରବ୍ୟ ବିନିମୟ କରିବା । ଜାତାପୁ ସଂପ୍ରଦାୟରେ ଛାଡ଼ପତ୍ର, ବିଧବା ବିବାହ ଏବଂ ଛାଡପତ୍ର ହୋଇଥିବା ସ୍ତ୍ରୀର ପୁନଃବିବାହ ଅନୁମତିପ୍ରାପ୍ତ ଓ ବହୁବିବାହ ବିରୋଧରେ କୌଣସି ପ୍ରତିବନ୍ଧକ ନାହିଁ । ତେବେ ଏହିପରି ଉଦାହରଣ ଖୁବ କମ । ବିବାହ ବେଳେ ଓଲି (ବର ମୂଲ୍ୟ) ନଗଦ ଆକାରରେ ଦିଆଯାଏ । ଜାତାପୁ ସମାଜରେ ଛୋଟ ପରିବାର ବହୁ ପ୍ରଚଳିତ । କେତେକ କ୍ଷେତ୍ରରେ ବହୁବିବାହ ଏବଂ ବିସ୍ତାରିତ ପରିବାର ମଧ୍ୟ ଦେଖିବାକୁ ମିଳିଥାଏ ।

ଜାତାପୁମାନେ ସାଧାରଣତଃ ମୃତ ବ୍ୟକ୍ତିଙ୍କ ଶବଦାହ କରନ୍ତି । କିନ୍ତୁ ସାପ କାମୁଡ଼ିବା, ହଇଜା, ବସନ୍ତ ତଥା ବଣୁଆ ଜନ୍ତୁର ଆକ୍ରମଣ ଇତ୍ୟାଦି କାରଣରୁ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ସମାଧି ଦିଅନ୍ତି । ଜାତାପୁମାନଙ୍କର ବିଶ୍ୱାସ ଯେ ମୃତ୍ୟୁ କେବଳ ସମ୍ପୃକ୍ତ ପରିବାର କିମ୍ବା ବଂଶକୁ ନୁହେଁ ବରଂ ଗାଁର ସମସ୍ତ ଲୋକଙ୍କୁ ମଧ୍ୟ ପ୍ରଦୂଷିତ କରିଥାଏ । ମୃତ୍ୟୁର ତିନି ଦିନ ଯାଏଁ ଶୋକ ପାଳନ କରାଯାଏ ଏବଂ ଚତୁର୍ଥ ଦିନରେ ଅନ୍ତିମ ସଂସ୍କାର ବିଧି ପାଳିତ ହୁଏ ।

ଜାତାପୁ ମହିଳାମାନେ ନିଜକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାରର ଅଳଙ୍କାରରେ ନିଜକୁ ସଜାଇଥାନ୍ତି । ସେମାନେ ପିନ୍ଧୁଥିବା ବିଭିନ୍ନ ଅଳଙ୍କାର ମଧ୍ୟରେ ପୁସ୍ତି, ପାଟିଲି ଓ ତିଗି ବେକର ଅଳଙ୍କାର ଏବଂ ନାଗୁଲ, ଏବଂ ବାଗାଡୁଲୁ କାନଗହଣା ଭାବେ ଅନ୍ୟତମ । ମହିଳାମାନେ ନାକରେ କାନିଶ କାମୁଲୁ, ବିଭିନ୍ନ ପ୍ରକାରର ପୁରୁଣା ମୁଦ୍ରାରେ ତିଆରି ମୁଦି, ହାତଗୋଡ଼ରେ ରଙ୍ଗୀନ କାଚ ଏବଂ ରୂପାର ଶୃଙ୍ଖଳା ପାଟି ମଧ୍ୟ ପିନ୍ଧନ୍ତି । ଉତ୍ସବ ସମୟରେ ସେମାନେ କାମି, ଗୁଣ୍ଡୁ ଏବଂ ପୁସାପୁରୁ ଭଳି ସ୍ୱତନ୍ତ୍ର ଅଳଙ୍କାର ମଧ୍ୟ ପିନ୍ଧିଥାନ୍ତି । ମହିଳାମାନେ ନିଜ ଶରୀରରେ ହଲଦୀ ଲଗାଇବାକୁ ଭଲ ପାଆନ୍ତି ଏବଂ କେଶରେ ଜଡ଼ାତେଲ ଲଗାଇଥାନ୍ତି ।

Leave A Reply

Your email address will not be published.