Latest Odisha News

BREAKING NEWS

ଜାଣନ୍ତୁ, ଓଡ଼ିଆ ପ୍ରଥା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଲୋକ ନୃତ୍ୟ ‘ନାଗା ନାଚ’ ସମ୍ପର୍କରେ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି ।

ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି ।

ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।

ନାଗା ନାଚ:

ନାଗା ନାଚ ଓଡ଼ିଶାର ଏକ ପାରମ୍ପାରିକ ଲୋକନୃତ୍ୟ ଏହା ପୁରୀ ଅଞ୍ଚଳରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନରେ ପରିବେଷିତ ହେଉଛି । ଏଥିରେ ଥିବା ବିଷୟବସ୍ତୁ ଓଡ଼ିଶାରେ ଜଣାଶୁଣା ବିଭିନ୍ନ ନାଗା ପରମ୍ପରାକୁ ନେଇ ପର୍ଯ୍ୟବସିତ ।

ଓଡ଼ିଶାର ଆଉ ଏକ ପାରମ୍ପାରିକ ନାଚ ପାଇକ ନାଚ ଭଳି ନାଗା ନାଚ ଏକ ମୁକ ନାଚ । ଏଥିରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ । ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଏହା ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି । ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି ।

ସେମାନଙ୍କ ପୋଷାକରେ ବାଉଁଶ-ତିଆରି ଡେଣା ଲାଗିଥାଏ । ସେମାନେ ନାଚିଲା ବେଳେ ଡେଣାଯୋଡ଼ିକ ଦୁଇପଟକୁ ଦୋହଲି ପଡ଼େ । ବାଜାବାଦକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି ।

ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ । ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି

ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି । ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । ଓଡ଼ିଶା କଳିଙ୍ଗ ଭୁଖଣ୍ଡର ଏକ ଅଂଶ ଥିଲା । କଳିଙ୍ଗ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ କ୍ରମେ ଓଡ଼ିଶା ଭିତରେ ହିଁ ରହିଯାଇଥିଲା।

Leave A Reply

Your email address will not be published.