Latest Odisha News

BREAKING NEWS

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା…

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନନ୍ଦିନୀ ଶତପଥୀ। ଜଣେ ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ଭାବେ ପରିଚିତ ନନ୍ଦିନୀ ଦେବୀ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଖୁବ୍ ଘନିଷ୍ଠ ଥିଲେ । ଯିଏକି ଛାତ୍ରୀ ଜୀବନରୁ ହିଁ ରାଜନୀତି ତଥ୍ୟା ସାହିତ୍ୟ ସର୍ଜନା ପ୍ରତି ଆକର୍ଷିତ ହୋଇଥିଲେ ।

ଆଜି ତାଙ୍କର ଶ୍ରାଦ୍ଧବାର୍ଷିକୀ ଅବସର ଜାଣନ୍ତୁ ଓଡିଶାର ଲୌହ ମାନବୀ ନନ୍ଦିନୀ ଶତପଥୀଙ୍କ ଜୀବନୀ ସମ୍ପର୍କରେ…

୧୯୩୧ ମସିହା ଜୁନ୍ ୯ ତାରିଖରେ କଟକର ପିଠାପୁର ଠାରେ ବିଖ୍ୟାତ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ବଡ଼ଝିଅ ହୋଇ ଜନ୍ମ ନେଇଥିଲେ ନନ୍ଦିନୀ । ତାଙ୍କ ମାତାଙ୍କ ନାମ ରତ୍ନମଣୀ ଦେବୀ ଥିଲା ।

ପିତାଙ୍କ ସୃଜନଶୀଳତା ଓ କକା ଭଗବତୀ ଚରଣ ପାଣିଗ୍ରାହୀଙ୍କ ବୈପ୍ଳବିକ ଚିନ୍ତାଧାରାର ଯୁଗ୍ମ ପ୍ରଭାବ ପଡ଼ିଥିଲା ନନ୍ଦିନୀଙ୍କ ଉପରେ।

ପିଲାଟି ବେଳୁ ତାଙ୍କର ଲେଖାଲେଖି ପ୍ରତି ଦୁର୍ବଳତା ରହିଥିଲା । ସ୍କୁଲରେ ପଢିବା ସମୟରେ ସେ ‘ଅନାଥ‘ ନାମକ ଗପ ଲେଖିଥିଲେ । ଯାହା ସ୍କୁଲ୍ ପତ୍ରିକାରେ ପ୍ରକାଶିତ ହୋଇଥିଲା ।

ସେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ ।

ସେ ୧୯୬୨ ମସିହାରେ ରାଜ୍ୟସଭାକୁ ଯାଇଥିଲେ । ୧୯୬୫ରେ ଶାସ୍ତ୍ରୀଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସୂଚନା ଓ ପ୍ରସାରଣ ବିଭାଗର ଉପମନ୍ତ୍ରୀ ହୋଇଥିଲେ । ପରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲା ପରେ ନନ୍ଦିନୀଙ୍କୁ ସେହି ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ଅବସ୍ଥାପିତ କରିଥିଲେ ।

ପରବର୍ତ୍ତୀ ସମୟରେ ସେ ୧୯୭୨ରୁ ୧୯୭୩ ଏବଂ ୧୯୭୪ରୁ ୧୯୭୬ ମସିହା ଯାଏଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଓଡିଶାର ଲୌହ ମାନବୀ ଭାବେ ପରିଚିତ ଥିଲେ ନନ୍ଦିନୀ ।

କେନ୍ଦ୍ର ସାହିତ୍ୟ ଏକାଡେମୀ, ସାହିତ୍ୟ ଭାରତୀ ଆଦି ପୁରସ୍କାରରେ ସମ୍ମାନିତ ନନ୍ଦିନୀ ଦୀର୍ଘଦିନ ଅସୁସ୍ଥ ରହି ୨୦୦୬ ଅଗଷ୍ଟ ୪ ତାରିଖରେ ମୃତ୍ୟୁ ବରଣ କରିଥିଲେ ।

Leave A Reply

Your email address will not be published.