ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ପାଳିତ ହେବାକୁ ଥିବା ମହାଶିବରାତ୍ରୀ ପର୍ବକୁ ସୁବ୍ୟବସ୍ଥିତ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି ।
ଏହି ଅବସରରେ ସୁବ୍ୟବସ୍ଥିତ ପରିଚାଳନା ଲାଗି ଗତକାଲି ରାତିରେ ଏକ ଉଚ୍ଚସ୍ଥରୀୟ ବୈଠକ ଆନୁଷ୍ଠିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଜାଣନ୍ତୁ…
- ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟକୁ ସିଂହଦ୍ୱାର ଦେଇ ପ୍ରବେଶ କରିବେ ।
- ଉତ୍ତର ଦ୍ୱାର ଦେଇ ସେବାୟତ ଏବଂ ସେମାନଙ୍କ ପରିବାର ବର୍ଗ ପ୍ରବେଶ କରିବେ ।
- ମନ୍ଦିରର ବାହ୍ୟାଞ୍ଚଳରେ ପ୍ରାୟ ୩୨ଟି ସିସିଟିଭି ସଂଯୋଗ କରାଯାଇଥିବା ବେଳେ ସାଧା
- ପୋଷାକରେ ପୋଲିସ ଅଧିକାରୀମାନେ ମଧ୍ୟ ନିୟୋଜିତ ରହିବେ ।
- ମନ୍ଦିର ପରିସରରେ ପାଖାପାଖି ୧୦ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।
- ବଢେଇବାଙ୍କ ଛକ, ଗ୍ୟାରେଜ୍ ଛକ, ସୁଭଦ୍ରା ମହତାବ ହାଇସ୍କୁଲ, ମାଉସୀ ମା’ ଛକ, କେଦାର ଗୌରୀ ଛକ, ଖଡାଖିଆ ବୈଦନାଥ ଛକ ଦେଇ ମନ୍ଦିରକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ନୂଆ ଲିଙ୍ଗରାଜ ମାକେର୍ଟକୁ ସିଲ୍ କରାଯାଉଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
- ମନ୍ଦିର ପାଶ୍ୱର୍ବର୍ତ୍ତୀ ରାସ୍ତାକଡରେ ମାଟି ଦୀପ ଜାଳିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁମତି ଦିଆଯିବ ।
- ମନ୍ଦିରର ମୁଖ୍ୟଦ୍ୱାର ବାମକଡରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ୍ ରୁମ ଏବଂ ସୂଚନା କେନ୍ଦ୍ର ସ୍ଥାପନ କରାଯିବ ।
ଏସମ୍ପର୍କିତ ଏକ ବୈଠକରେ ଡିସିପି ଅନୁପ ସାହୁ, ଟ୍ରାଫିକ୍ ଡିସିପି ସାଗରିକା ନାଥ, ଜଟଣୀ ବିଧାୟକ ସୁରେଶ ରାଉତରାୟ ଏବଂ ବରିଷ୍ଠ ସେବାୟତମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
Comments are closed.