Latest Odisha News

ଭୁବନେଶ୍ୱରରେ ୧୬ କରୋନା ପଜିଟିଭ ଚିହ୍ନଟ, ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ବିଟ କରିଛି ରବିବାର ଦିନ ଭୁବନେଶ୍ୱର ମହାନଗର ନିଗମ।

 

ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ୧୪ ଜଣ କ୍ବାରେନଣ୍ଟାଇନ ସେଣ୍ଟରର ଏବଂ ୨ ଜଣ ସ୍ଥାନୀୟ ମାମଲା ରହିଛି।

ସ୍ଥାନୀୟ ମାମଲା ପଳାଶୁଣି ନିକଟ କପିଳେଶ୍ୱର ବିହାରର ହୋଇଥିଲା ବେଳେ ଅନ୍ୟ ଜଣେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ବୋଲି ଜଣାପଡିଛି।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମଧ୍ୟରୁ ୫୮ ଆକ୍ଟିଭ କେସ୍ ରହିଥିବା ବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.