ଯାଜପୁର: ରବିବାର ଦିନ ଯାଜପୁର ଜିଲ୍ଲାରୁ ମୋଟ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିହ୍ନଟଙ୍କ ମଧ୍ୟରୁ ଯାଜପୁର ବ୍ଳକର ବାସୁଦେବପୁର ରୁ ଜଣେ ଏବଂ ଏରବାଙ୍କରୁ ଦୁଇ ଜଣ କୋରୋନା ରେ ଆକ୍ରାନ୍ତ ହୋଇଛନ୍ତି।
ସେହିଭଳି ପ୍ରଥମ ଥର ପାଇଁ ଧର୍ମଶାଳା ବ୍ଲକରୁ ଦୁଇ ଜଣ କୋରୋନା ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି ଧର୍ମଶାଳା ବ୍ଲକର ଦେଓଦା ଏବଂ ପଟୁଣିଆ ପଂଚାୟତ ରୁ ଚିହ୍ନଟ ଦୁଇ ଜଣ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣା ପଡ଼ିଛି।
ସେହିପରି ଯାଜପୁର ବ୍ଲକ ରୁ ଚିହ୍ନଟ ସମସ୍ତ ୩ ଜଣଙ୍କର କଲିକତା ଲିଙ୍କ ରହିଥିବା ଜଣାପଡିଛି। ଯାଜପୁର ବ୍ଳକରେ ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ୨ ଜଣ ସରକାରୀ କ୍ବାରେନଟାଇନରେ ରହିଥିବା ବେଳେ ଜଣେ କଣ୍ଟେନମେଣ୍ଟ ଅଞ୍ଚଳର ହୋଇଥିବା ଜଣାପଡିଛି ।
ସେହିପରି ଧର୍ମଶାଳା ବ୍ଳକରେ ଚିହ୍ନଟ ହୋଇଥିବା ୨ ଜଣ ସୁରଟ ଫେରନ୍ତା ନିଜ ଗ୍ରାମର କ୍ୱାରେଣ୍ଟାଇନ ଗୃହରେ ରହିଥିଲେ ।
ରବିବାର ଚିହ୍ନଟ ହୋଇଥିବା ୫ ଜଣଙ୍କୁ କଳିଙ୍ଗନଗର ସ୍ଥିତ କୋଭିଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସେମାନେ ରହୁଥିବା କ୍ୱାରେଣ୍ଟାଇନ ଗୃହକୁ ସାନିଟାଇଜ କରାଯାଇଛି ।ଏଥି ସହିତ ଯେଉଁ ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କୋରୋନା ପଜିଟିଭ ଚିହ୍ନଟ ହେବେ,ସେହି ଅଞ୍ଚଳରେ ୧୪୪ ଧାରା ଲାଗୁ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଉକ୍ତ ୩₹୫ ଆକ୍ରାନ୍ତ ଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୬୦ ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୫୮ ଜଣ ବିଭିନ୍ନ କୋଭିଡ୧୯ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
Comments are closed.