ବାଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ରବିବାର ଦିନ ଚିହ୍ନଟ ହୋଇଛନ୍ତି ଆଉ ସାତଟି କରୋନା ପଜିଟିଭ। ଯାହା ଫଳରେ ଓଡିଶାରେ ମୋଟ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୭୬କୁ ଛୁଇଁଛି।
ଏହି ସାତଟି ମାମଲା ମଧ୍ୟରୁ ଦୁଇଟି ଅଗଲପୁର ଏବଂ ସଇଁତଲା ବ୍ଲକ ଏବଂ ଗୋଟିଏ ଲେଖାଏଁ ମାମଲା ଜିଲ୍ଲାର ଲୋଇସିଂହା, ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ବ୍ଲକରୁ ଆସିଛି ବୋଲି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି।
ଉକ୍ତ ରୋଗୀମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା।
ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ନୂତନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ନାହିଁ।
Comments are closed.