Latest Odisha News

BREAKING NEWS

ଓଡ଼ିଶା କୁଇନ୍ -୨୦୧୯: ଫାଇନାଲ୍ ରାଉଣ୍ଡକୁ ଗଲେ ଏହି ୨୧ ଜଣ ସୁନ୍ଦରୀ, ଜାଣନ୍ତୁ ସେମାନେ କିଏ !

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୦ରେ ଅନୁÂିତ ହେବାକୁ ଯାଉଛି ‘ଓଡ଼ିଶା କୁଇନ୍ -୨୦୧୯’ କଣ୍ଟେଷ୍ଟର ଗ୍ରାଣ୍ଡ୍ ଫିନାଲେ । ଏହି ଫାଇନାଲ୍ ରାଉଣ୍ଡ ଲାଗି ଓଡ଼ିଶାର ବଛା ବଛା ୨୧ ଜଣ ସୁନ୍ଦରୀ ମନୋନୀତା ହୋଇଛନ୍ତି । ୧୦ ତାରିଖ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ିଶାର ଶ୍ରେÂ ସୁନ୍ଦରୀଙ୍କୁ ଚୟନ କରାଯିବ ।

ରାଜଧାନୀସ୍ଥିତ କିଟ୍ ୟୁନିଭର୍ସିଟିଠାରେ ଓଡ଼ିଶାର ବିଭିନ୍ନ ସହରରୁ ଆସିଥିବା ୭୦ ଜଣ ପ୍ରତିଯୋଗୀ ଏକ ମେଗା ଅଡ଼ିସନରେ ଅଂଶଗ୍ରହଣ କରିଥିଲେ । ତେବେ ଏହି ଅଂଶଗ୍ରହଣକାରୀମାନେ ପୂର୍ବରୁ ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ବ୍ରହ୍ମପୁର ଏବଂ ଭୁବନେଶ୍ୱରଠାରେ ପ୍ରାଥମିକ ଅଡ଼ିସନରେ ଯୋଗ୍ୟତା ଅର୍ଜନ କରିଥିଲେ ।

ଏହି ମେଗା ଅଡ଼ିସନଟି ଯେଉଁ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଅନୁÂିତ ହୋଇଥିଲା ସେମାନେ ହେଲେ – ଆଇଏଏସ ଅଧିକାରୀ ପାର୍ଥ ସାରଥୀ ମିଶ୍ର, ଭାରତୀୟ ରେଳବାଇର ସୁଧାଂଶୁ ମିଶ୍ର, ଓଲିଉଡ଼ ଅଭିନେତ୍ରୀ ଶୀତଲ୍ ପାତ୍ର, ଅନୁଭା ସୌର୍ଯ୍ୟା, ଦେବଯାନୀ ଡ଼ଗୁରିଆ, ଲିପସା ମିଶ୍ର, ଫେସନ କୋରିଓଗ୍ରାଫର୍ କେୟୁର୍ ଦେଶାଇ ଏବଂ ଫେସନ ଷ୍ଟାଇଲିଷ୍ଟ ବର୍ଣ୍ଣାଳୀ ଭୂୟାଁ ।

ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନିତ ହୋଇଥିବା ୨୧ ଜଣ ସୁନ୍ଦରୀ:

୧ – ଅନନ୍ୟା ଆଚାର୍ଯ୍ୟ
୨ – ସୌମ୍ୟା ସାହୁ
୩ – ଶୁଭଶ୍ରୀ ଜେନା
୪ – ଭକ୍ତି ଭବାନୀ ପଟ୍ଟନାୟକ
୫ – ପାୟଲ୍ ଧଳ
୬ – ଆର୍ଯ୍ୟବାଳା ଜେନା
୭ – ମେହେକ୍ ଦାସ
୮ – ଶୁଭପ୍ରଭା ମଲ୍ଲିକ
୯ – ନିକିତା ସିଂହ
୧୦ – ଅନ୍ୱେଷା ଅଦୀତି
୧୧ – ରୁଦ୍ରାଙ୍ଗୀ ସୁନ୍ଦରରାୟ
୧୨- ମଞ୍ଜୁଳି ନାୟକ
୧୩ – ମନାଲୀ ସାହୁ
୧୪ – ଦିପ୍ତୀ ଥାପ୍ପା
୧୫ – ମେଲ୍ଲିସା ନାୟକ
୧୬ – ପ୍ରଦ୍ୟାଶା ପାତ୍ର
୧୭ – ଦିପ୍ତୀରେଖା ଦାସ
୧୮ – ସୋମା ସିଂହ
୧୯ – ଇଭା ଜେମ୍ସ
୨୦ – ପୂଜା ସିଂହ
୨୧ – ନିକିତା ରାଉତ

ଚୂଡ଼ାନ୍ତ ପର୍ଯ୍ୟାୟରେ ଫ୍ୟାସନ, ମେକଅପ, ଆଇକୁ୍ୟ, ଫିଟନେସ୍ ମନ୍ତ୍ର, ହସପିଟାଲିଟି ଏବଂ ଆକ୍ଟିଂ ବିଷୟକୁ ନେଇ ବିଚାରକ ମଣ୍ଡଳୀ ପ୍ରଶ୍ନ କରିବେ । ଏହି ଉତ୍ସବ ପୁରୀର ଏକ ହୋଟେଲରେ ଅନୁÂିତ ହେବାକୁ ଯାଉଛି ବୋଲି ଏହି ଗ୍ରାଣ୍ଡ ଇଭେଣ୍ଟର ମିଡ଼ିଆ ପ୍ଲାନର୍ ପ୍ରଣୟ ଜେଟ୍ଟି ସୂଚନା ପ୍ରଦାନ କରିଛନ୍ତି ।

ଏହି ଉତ୍ସବରେ ବଲିଉଡ଼ ଆକ୍ଟେ୍ରସ୍ ତଥା ସୁପର୍ ମଡେ଼ଲ୍ ଜରୀନ୍ ଖାନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.