Latest Odisha News

BREAKING NEWS

କାହିଁକି ଶୁକ୍ରବାରରେ ହିଁ ରିଲିଜ ହୁଏ ବଲିଉଡ ଫିଲ୍ମ, ଜାଣନ୍ତୁ ଏହାର କାରଣ…

କାହିଁକି ଶୁକ୍ରବାରରେ ହିଁ କାହିଁକି ରିଲିଜ ହୋଇଥାଏ ବଲିଉଡ ଚଳଚ୍ଚିତ୍ର ? ଅନେକ ଲୋକ ଏହା ପଛରେ ଥିବା ପ୍ରକୃତ କଥା ଜାଣନ୍ତି ନାହିଁ | ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ…

ଭୁବନେଶ୍ଵର: ପ୍ରାୟତଃ ବଲିଉଡ ଚଳଚ୍ଚିତ୍ର କେବଳ ଶୁକ୍ରବାରରେ ହିଁ ରିଲିଜ ହୋଇଥାଏ । ଚଳିତ ମାସ ଆରମ୍ଭରୁ ରଣବୀର କପୁରଙ୍କ ଅଭିନୀତ ଆନିମଲ ଓ ବିକି କୌଶଲଙ୍କ ଅଭିନୀତ ସାମ ବାହାଦୂର ମଧ୍ୟ ଶୁକ୍ରବାର ରିଲିଜ ହୋଇଛି । ତେବେ କଣ ଆପଣ କେବେ ଭାବିଛନ୍ତି ଏପରି କାହିଁକି ହୁଏ । କାହିଁକି କେବଳ ଶୁକ୍ରବାରରେ ହିଁ ବଲିଉଡ ଚଳଚ୍ଚିତ୍ର ରିଲିଜ ହୋଇଥାଏ । ହୁଏତ କିଛି କିଛି ଲୋକ ଏବିଷୟରେ ଜାଣିଥାଇପାରନ୍ତି କିନ୍ତୁ ଆଜିବି ଅନକେ ଏହାର ପ୍ରକୃତ କାରଣ ଜାଣନ୍ତି ନାହିଁ ।

ଭାରତୀୟ ସିନେମାରେ କେବଳ ଶୁକ୍ରବାର ଦିନ ହିଁ ବଲିଉଡ୍ ଫିଲ୍ମ ରିଲିଜ ହେବାର ବିଶ୍ୱାସ ରହିଛି । ଏହାର ସବୁଠାରୁ ବଡ କାରଣ ହେଉଛି କାର୍ଯ୍ୟ ଦିବସ ଶେଷରେ ଆସିଥାଏ ଶୁକ୍ରବାର | ଏହାର ଅର୍ଥ ହେଉଛି ଶନିବାର ଏବଂ ରବିବାର ଛୁଟିଦିନ ଥାଏ | ଛୁଟିଦିନ ହେତୁ ଲୋକମାନେ ନିଜ ପରିବାର ଏବଂ ସାଙ୍ଗସାଥୀମାନଙ୍କ ସହିତ ଚଳଚ୍ଚିତ୍ର ଦେଖନ୍ତି | ଏହାଦ୍ଵାରା ଚଳଚ୍ଚିତ୍ରର ଆୟ ବୃଦ୍ଧି ହେବା ସହ ଚଳଚ୍ଚିତ୍ରକୁ ଅନେକ ସଫଳତାକୁ ମଧ୍ୟ ମିଳିଥାଏ |

ଏହାର ଆଉ ଏକ କାରଣ ମଧ୍ୟ ରହିଛି । ସ୍ଵାଧୀନତା ପରେ ବହୁ ବର୍ଷ ଧରି ଭାରତର ଲୋକଙ୍କ ପାଖରେ ରଙ୍ଗୀନ ଟିଭି ନଥିଲା, ଯେଉଁ କାରଣରୁ ଲୋକମାନେ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯାଉଥିଲେ । ତେଣୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କର୍ମଚାରୀମାନଙ୍କୁ ଶୁକ୍ରବାର ଦିନ ଅଧା ଦିନ ଛୁଟି ଦିଆଯାଇଥିଲା,  ଯାହାଫଳରେ ସେମାନେ ନିଜ ପରିବାର ସହିତ ଚଳଚ୍ଚିତ୍ର ଦେଖିପାରିବେ,  ଯାହା ଫିଲ୍ମର ଆୟ ପାଇଁ ମଧ୍ୟ ଭଲ ଥିଲା |

ଶୁକ୍ରବାର ଦିନ ଚଳଚ୍ଚିତ୍ର ରିଲିଜ ହେବା ଭାରତର ନିଜସ୍ଵ ପ୍ରଥା । କିନ୍ତୁ ଏହି ପ୍ରଥା ଆରମ୍ଭରୁ ଭାରତରେ ନଥିଲା । ଏହା ପ୍ରାୟ ୧୯୪୦ ମସିହାରେ ହଲିଉଡରେ ଆରମ୍ଭ ହୋଇଥିଲା | ୧୯୬୦ ପୂର୍ବରୁ ଭାରତରେ ଚଳଚ୍ଚିତ୍ର ରିଲିଜ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିନ ନଥିଲା | ୧୯୬୦ ମସିହାରେ, ମୋଗଲ-ଏ-ଆଜମ ନାମକ ଐତିହାସିକ ଚଳଚ୍ଚିତ୍ର ୫ ଅଗଷ୍ଟରେ ମୁକ୍ତିଲାଭ କରିଥିଲା ​​। ୧୯୬୦ ଅଗଷ୍ଟ ୫ ଦିନ ଶୁକ୍ରବାର ଥିଲା । ଏହି ଚଳଚ୍ଚିତ୍ରଟି ଅନେକ ଭଲ ପ୍ରଦର୍ଶନ କରିଥିଲା । ସେବେଠାରୁ ଚଳଚ୍ଚିତ୍ର ନିର୍ମାତାମାନେ ଚଳଚ୍ଚିତ୍ର ରିଲିଜ୍ ପାଇଁ ଶୁକ୍ରବାର ଚୟନ କରିଥିଲେ । ତେବେ ସମସ୍ତ ଚଳଚ୍ଚିତ୍ର ଶୁକ୍ରବାର ଦିନ ରିଲିଜ୍ ହୋଇନଥାଏ । ଅନେକ ଚଳଚ୍ଚିତ୍ର ନିର୍ମାତା ଏହି ଧାରାକୁ ଭାଙ୍ଗି ବିଭିନ୍ନ ଦିନରେ ଚଳଚ୍ଚିତ୍ର ମୁକ୍ତିଲାଭ କରିଛନ୍ତି ଏବଂ ସଫଳତା ମଧ୍ୟ ପାଇଛନ୍ତି ।

 

Leave A Reply

Your email address will not be published.