ସୁପ୍ରିମକୋର୍ଟର ପ୍ରଥମ ମୁସଲିମ ପ୍ରଧାନବିଚାରପତି ; ଯାହାଙ୍କ ନାଁରେ ରହିଛି ଦୁଇଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ହେବାର ରେକର୍ଡ
ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ ଘଟଣା। ପ୍ରଧାନବିଚାରପତି ହୋଇ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଦୁଇଥର ରହିଛନ୍ତି। କିପରି ହୋଇଥିଲା ଏମିତି ଅଦ୍ଭୁତ ସଂଯୋଗ। ଜଣେ ପ୍ରଧାନବିଚାରପତି କେମିତି ହୋଇପାରିଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପୁଣି ଦୁଇଥର।ଏମିତିକି ସେ ଜଣେ ପୁଣି ମୁସଲମାନ ରହିଥିଲେ। ଆସନ୍ତୁ ଜାଣିବା ଏପରି ଜଣେ ପ୍ରଧାନବିଚାରପତିଙ୍କ ଅଦ୍ଭୁତ ରେକର୍ଡ ବିଷୟରେ।
ମୁହମ୍ମଦ ହିଦାୟତୁଲ୍ଲାହ। ସେ ୫୩ ବର୍ଷ ବୟସରେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ହୋଇଥିଲେ। ସେ ସମୟରେ ସବୁଠାରୁ କମ ବୟସରେ ପ୍ରଥମ ବିଚାରପତି ହୋଇଥିଲେ ମୁହମ୍ମଦ । ୧୯୬୮ ମସିହା ଫେବୃଆରୀ ୨୮ରେ ସେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ହୋଇଥିଲେ। କେବଳ ଏତିକି ନୁହେଁ ଭାରତ ଇତିହାସରେ ସେ ପ୍ରଥମ ବିଚାରପତି ଯିଏ ଦୁଇ ଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ ସମ୍ଭାଳିଛନ୍ତି। ଏମ ମୁହମ୍ମଦ ହିଦାୟତୁଲ୍ଲାହଙ୍କ ଘର ହେଉଛି ବନାରସ। ତାଙ୍କ କୋକା ମୁନ୍ସି କୁଦୁରତୁଲ୍ଲାହ ବନାରସରେ ଜଣେ ଓକିଲ ଥିବାବେଳେ ତାଙ୍କ ପିତା I.S.O. ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ।
ମୁହମ୍ମଦ ହିଦାୟତୁଲ୍ଲାହ ଜୀବନରେ ଅନେକ ସଫଳତା ପାଇଛନ୍ତି। ସେ ନାଗପୁର କୋର୍ଟରେ ୧୯୩୬ରୁ ୧୯୪୨ ଯାଏ ଓକିଲ ରହିଥିଲେ। ଏହାପରେ ସେହି କୋର୍ଟରେ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହାପରେ ୧୯୫୬ ମସିହାରେ ସେ ଏହି କୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ମୁହମ୍ମଦଙ୍କ କ୍ୟାରିଅରରେ ସବୁଠାରୁ ବଡ଼ ଦିନ ରହିଥିଲା ୧୯୬୮ ମସିହା ଫେବୃଆରୀ ୨୫। ଏହି ଦିନ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ସହ ସେ ସୁପ୍ରିମକୋର୍ଟରେ ମୁସଲିମ ପ୍ରଧାନ ବିଚାରପତି ହେବାରେ ମଧ୍ୟ ପ୍ରଥମ। ମୁହମ୍ମଦ ହିଦାୟତୁଲ୍ଲାହ ପ୍ରଥମ ପ୍ରଧାନବିଚାରପତି ଭାବେ ସେ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇଥିଲେ। ସେହି ସମୟରେ ରାଷ୍ଟ୍ରପତି ଜାକିର ହୁସେନଙ୍କ ଦେହାନ୍ତ ପରେ ଉପରାଷ୍ଟ୍ରପତି ଭିଭି ଗିରି ରାଷ୍ଟ୍ରପତି ହୋଇଥିଲେ। ହେଲେ ସେ ବି ସେହି ସମୟରେ ନିର୍ବାଚନରେ ଭାଗ ନେବାରୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ମୁହମ୍ମଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି କରାଯାଇଥିଲା। ସେ ୩୫ ଦିନ ଯାଏ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ରହିଥିଲେ। ପୁଣି ସେ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବ ସେତେବେଳେ ରହିଥିଲେ ଯେତେବେଳେ ଜ୍ଞାନି ଜେଲ ସିଂହ ତାଙ୍କ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ତା’ପରେ ସେ ୧୯୮୨ ଅକ୍ଟୋବର ୬ରୁ ଅକ୍ଟୋବର ୩୧, ୧୯୮୨ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରାଷ୍ଟ୍ରପତି ରହିଥିଲେ।