Latest Odisha News

BREAKING NEWS

ବାହୁଡ଼ା ଯାତ୍ରା ପାଇଁ କ’ଣ ରହିଛି ନୀତି ନିର୍ଘଣ୍ଟ, ଜାଣନ୍ତୁ…

ପୁରୀ: ବାହୁଡ଼ା ଯାତ୍ରା ଲାଗି ଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି।

ଜାଣନ୍ତୁ, କ’ଣ ରହିଛି ନୀତି ନିର୍ଘଣ୍ଟ…

ମଙ୍ଗଳ ଆଳତି- ଭୋର ୪ଟା
ମଇଲମ ଲାଗି- ଭୋର ୪ଟା ୧୫ମି.
ତଡପ ଲାଗି- ଭୋର ୪ଟା ୩୦ମି.
ରୋଷ ହୋମ- ଭୋର ୪ଟା ୩୦ମି.
ଅବକାଶ ନୀତି- ସକାଳ ୫ଟା
ସୁର୍ଯ୍ୟ ପୂଜା- ସକାଳ ୫ଟା ୧୫ମି.
ଦ୍ୱାରପାଳ ପୂଜା- ସକାଳ ୫ଟା ୩୦ମି.
ବେଶ ଶେଷ- ସକାଳ ୫ଟା ୩୦ମି.
ଗୋପାଳ ବଲ୍ଲଭ ଏବଂ ସକାଳ ଧୁପ- ସକାଳ ୫ଟା ୪୫ମି.ରୁ ୬ଟା ୪୫ମି.
ସେନାପଟା ଲାଗି- ସକାଳ ୭ଟାରୁ ୭ଟା ୩୦ମି.
ମଙ୍ଗଳ ଅର୍ପଣ- ସକାଳ ୭ଟା ୪୫ମି.
ବାହୁଡ଼ା ପହଣ୍ଡି- ସକାଳ ୮ଟାରୁ ୧୦ଟା
ବେଶ ଶେଷ- ସକାଳ ୯ଟାରୁ ୧୦ଟା ୩୦ମି.
ଛେରାପହଁରା – ଦିନ ୧୦ଟା ୩୦ମି.ରୁ ୧୧ଟା ୩୦ମି.
ଚାରମାଳ ଫିଟା ଏବଂ ଘୋଡା ଲାଗି- ଦିନ ୧୧ଟାରୁ ୧୨ଟା
ରଥଟଣା- ଦିନ ୧୨ଟା

ଜଗନ୍ନାଥ ମନ୍ଦିରରେ ରଥ ପହଞ୍ଚିବା ପରେ ସେବାୟତମାନେ ଶ୍ରୀଜୀଉମାନଙ୍କର ଅବଶିଷ୍ଟ ରୀତିନୀତି କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.