Latest Odisha News

BREAKING NEWS

ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିଲେ ଜାଣି ରଖନ୍ତୁ ଏହିସବୁ ନିୟମ..

ଭୁବନେଶ୍ୱର: ନିଜର ପିଲାଟିଏ ନଥିଲେ ଯେତେ ଭଲରେ ଥିଲେ ମଧ୍ୟ ଅନ୍ତରରେ ଶାନ୍ତି ନଥାଏ। ତେବେ ସତ ଚେଷ୍ଟା ପରେ ମଧ୍ୟ ସନ୍ତାନ ଟିଏ ପ୍ରାପ୍ତ କରିପାରୁନଥିବା ଦମ୍ପତ୍ତି ବର୍ତ୍ତମାନ ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି ।

ତେବେ ଜାଣି ରଖନ୍ତୁ କଣ ରହିଛି ପୋଷ୍ୟ ସନ୍ତାନ ଗ୍ରହଣ କରିବାର ନିୟମ…

ହିନ୍ଦୁ ପୋଷ୍ୟତା ଗ୍ରହଣ ଓ ପାଳନ ଅଧିନିୟମ ଅନୁଯାୟୀ ଯଦି ଆପଣଙ୍କର ଗୋଟେ ପୁତ୍ର କିମ୍ବା କନ୍ୟା ସନ୍ତାନ ଅଛି ତେବେ ଆପଣ ସମାନ ଲିଙ୍ଗର ଅନ୍ୟ ଏକ ସନ୍ତାନ ପୋଷ୍ୟଭାବେ ଗ୍ରହଣ କରିପାରିବେ ନାହିଁ ।

ପୋଷ୍ୟ ସନ୍ତାନ ଏବଂ ପୋଷ୍ୟତା ଗ୍ରହଣ କରିଥିବା ଅଭିଭାବକଙ୍କ ବୟସ ବ୍ୟବଧାନ ସର୍ବନିମ୍ନ ୨୧ ବର୍ଷ ହେବା ଉଚିତ ।

ମହିଳା ଓ ଶିଶୁ ମନ୍ତ୍ରଣାଳୟର ନିୟମ ଅନୁଯାୟୀ ଜଣେ ଅବିବାହିତ ପୁରୁଷ ଜଣେ କନ୍ୟା ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ନାହିଁ ।

ହିନ୍ଦୁ ପୋଷ୍ୟତା ଗ୍ରହଣ ଓ ପାଳନ ଅଧିନିୟମ ଅନୁଯାୟୀ ଜଣେ ବିବାହିତ ଦମ୍ପତି ସମାନ ଲିଙ୍ଗର ଦୁଇଟି ସନ୍ତାନ ପୋଷ୍ୟଭାବେ ଗ୍ରହଣ କରିପାରିବେ ନାହିଁ ।

Leave A Reply

Your email address will not be published.