ବୁରହାନପୁର: ଭାରତରେ ଏବେ ଆଜାଦୀର ଅମୃତ ମହୋତ୍ସବ ପାଳନ କରାଯାଉଛି । ୧୧ ଅଗଷ୍ଟରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହେବ । ତେବେ ମଧ୍ୟପ୍ରଦେଶର ବୁରହାନପୁରରେ ଏପରି ଏକ ପରିବାର ଅଛି ଯାହାର ସଦସ୍ୟ ପ୍ରତ୍ୟେକ ଦିନ ସମ୍ମାନର ସହ ଜାତୀୟ ପତାକା ଉତୋଳନ କରିଥାନ୍ତି । ୭ ବର୍ଷ ହେବ ସେମାନେ ଏହି କାର୍ଯ୍ୟ ଜାରୀ ରଖିଛନ୍ତି ଏବଂ ଏହା ଏକପ୍ରକାର ତାଙ୍କର ପରିଚୟ ମଧ୍ୟ ସାଜିଛି । ତେଜସ କୃଷ୍ଣକାନ୍ତ ଶାହା ସେନାରେ ଭର୍ତି ହେବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ମାତ୍ର କୌଣସି କାରଣ ବଶତଃ ସେ ସାମିଲ ହୋଇପାରି ନ ଥିଲେ । ସେ କିନ୍ତୁ ସେନା ଏବଂ ଦେଶର ସମ୍ମାନ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ପ୍ରତ୍ୟେକ ଦିନ ଜାତୀୟ ସଙ୍ଗୀତ ସହ ଧ୍ୱଜାରୋହଣ କରାଯାଏ । ସେହିପରି ସୂର୍ଯ୍ୟାସ୍ତର ୧୦ ମିନିଟ ପୂର୍ବରୁ ଧ୍ୱଜାଅବତରଣ କରାଯାଇଥାଏ । ପ୍ରଥମେ ସ୍ଥାନୀୟ ଲୋକେ କହିଥିଲେ ଏହା ବେଶୀ ଦିନ ତିଷ୍ଠିବ ନାହିଁ । ମାତ୍ର କୃଷ୍ଣକାନ୍ତଙ୍କ କହିବା ଅନୁସାରେ ମୁଁ ବଂଚିଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରି ଚାଲିଥିବି । ତାଙ୍କ ମାଆ ଏବଂ ଭାଇ ଏଥିରେ ତାଙ୍କୁ ସହଯୋଗ କରିଥାନ୍ତି । ଦୁଇ ଭାଇଙ୍କ ଅନୁପସ୍ଥିତିରେ ତାଙ୍କ ମାଆ ଏହି କାର୍ଯ୍ୟ କରିଥାନ୍ତି ।
BREAKING NEWS
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
- ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ
- ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା
- “Rahul Gandhi ‘urban naxal'”: ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ, କହିଲେ, ‘ନକ୍ସଲ… ନିର୍ବୋଧ ରାଜକୁମାର…’
- ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୪ ଲକ୍ଷ ଟଙ୍କା ଜବତ, ଦୁଇ ଗିରଫ
Comments are closed.