Latest Odisha News

ରୁକୁଣା ରଥ ଯାତ୍ରା ପାଇଁ ଟ୍ରାଫିକ୍ କଟକଣା ଜାରି

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୋମବାର ଦିନ ଟ୍ରାଫିକ୍ କଟକଣା ଜାରି କରାଯାଇଛି।

ଜନସାଧାରଣଙ୍କ ସୁବିଧା ତଥା ନିରାପତ୍ତା ପାଇଁ ରୁକୁଣା ରଥଯାତ୍ରାରେ ପ୍ରତିବନ୍ଧକ ଲଗାଯିବ ବୋଲି ଟ୍ୱିଟ କରି ସୂଚନା ଦିଆଯାଇଛି। ଜାଣନ୍ତୁ, କ’ଣ ରହିଛି ଟ୍ରାଫିକ କଟକଣା…

  • ମାଉସୀ ମା ଛକ ଠାରୁ ରଥ ରୋଡ଼ ଯାଏଁ କୌଣସି ଯାନକୁ ଅନୁମତି ଦିଆଯିବ ନାହିଁ। ଗାଡ଼ି ଗୁଡିକୁ ମ୍ୟୁଜିୟମ୍ ଛକ କିମ୍ବା ବିବେକାନନ୍ଦ ମାର୍ଗ ଆଡେ ଡାଇଭର୍ଟ କରାଯିବ।
  • ବାରିକ୍ ସାହି ଲେନ୍, ମହାରଣା ଶାଇ ଲେନ୍, ଗୋସାଗରେଶ୍ୱର ଛକ, ଶୀତଳ ଷଷ୍ଠୀ ଲେନ୍, ତିନିମୁଣ୍ଡିଆ ଛକ, ହରଚଣ୍ଡି ଲେନ୍, ମୁନା ମେଡିକାଲ ଲେନ୍ ଏବଂ ପୁନାମା ଗେଟ୍ କିମ୍ବା ରଥ ରୋଡରେ ଯାତାୟାତ ଅନୁମତି ଦିଆଯିବ ନାହିଁ।
  • ରଥ ଖଳାରୁ ଯାନବାହାନକୁ ରଥ ରୋଡରେ ଯାତାୟାତ ଅନୁମତି ଦିଆଯିବ ନାହିଁ। ଏହା ବଦଳରେ ରଥ ଖଳା ଠାରୁ ବାଟ ମହାଦେବ ମନ୍ଦିର ଆଡକୁ ଡାଇଭର୍ଟ କରାଯିବ।

ନିୟମ ଉଲ୍ଲଂଘନକାରୀଙ୍କୁ ୫୦୦ରୁ ୧୦୦୦ ଟଙ୍କା ଯାଏଁ ଜୋରିମାନା ଲଗାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Comments are closed.