Latest Odisha News

BREAKING NEWS

ଜଗନ୍ନାଥ ମନ୍ଦିର ଖୋଲିବା ନେଇ କ’ଣ କହିଲେ ମୁଖ୍ୟ ପ୍ରଶାସକ; ଜାଣନ୍ତୁ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ରାଜସ୍ୱ ହ୍ରାସ ପାଇଥିବା ନେଇ ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ।

ମନ୍ଦିର ପରିଚାଳନା କମିଟିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏସଜିଟିଏ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି, ୨୦୨୦-୨୧ ଆର୍ôଥକ ବର୍ଷ ପାଇଁ ମନ୍ଦିରକୁ ୧୫୪ କୋଟି ଟଙ୍କାର ବଜେଟ୍ ଅନୁମୋଦନ କରାଯାଇଛି ।

ମନ୍ଦିର ଲାଗି ଅଧିକ ପାଣ୍ଠି ସଂଗ୍ରହ କରିବା ପାଇଁ ଅନଲାଇନ୍ ଦାନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବା ‌ନେଇ ଶ୍ରୀ କୁମାର କହିଛନ୍ତି ଯେ, ଏସଜିଟିଏ ମୁଖ୍ୟ ପ୍ରଶାସକ, ପୁରୀ ଏସପି ଏବଂ ଜିଲ୍ଲାପାଳଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।  କମିଟି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ  ଭକ୍ତମାନେ କୋଭିଡ-୧୯ ନିର୍ଦ୍ଦେଶାବଳୀ ପାଳନ କରି ଦର୍ଶନ ପାଇପାରିବେ।

ମନ୍ଦିର ଭିତରେ କେତେ ଭକ୍ତ ପ୍ରବେଶ କରିପାରିବେ ସେନେଇ ମଧ୍ୟ କମିଟି ନିଷ୍ପତ୍ତି ନେବ। ଏହାବ୍ୟତୀତ ମନ୍ଦିର ପରିଚାଳନା କମିଟି ମଧ୍ୟ ଛତିଶା ନିଯୋଗଙ୍କ ସହ ଏକ ବୈଠକ କରିବ ବୋଲି ସେ ପ୍ରକାଶ କରିଛନ୍ତି।

ତେବେ “ବ୍ଲୁ ପ୍ରିଣ୍ଟ ଚୂଡ଼ାନ୍ତ କରିବାକୁ ଅତି କମରେ ଏକ ମାସ ସମୟ ଲାଗିବ। ଏହାଛଡା ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ମନ୍ଦିର ପ୍ରଶାସନ ମଧ୍ୟ ପ୍ରସ୍ତୁତ ହୋଇଯିବ। ବ୍ଲୁ ପ୍ରିଣ୍ଟ ଚୂଡାନ୍ତ ହେବା ପରେ ମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ। ରାଜ୍ୟ ସରକାର ସବୁଜ ସଙ୍କେତ ଦେବା ପରେ ମନ୍ଦିର ପ୍ରଶାସନ ପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ଦେବ’’ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.