Latest Odisha News

BREAKING NEWS

ଦୁନିଆର ସବୁଠୁ ଆଶ୍ଚର୍ଯ୍ୟ ଜୀବ, ଲକ୍ଷେ ବର୍ଷ ଏହାର ଆୟୁଷ

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଅନେକ ଜୀବ ଲମ୍ବା ଆୟୁଷ ପାଇଁ ପ୍ରସିଦ୍ଧ, କିନ୍ତୁ ସମୁଦ୍ରର ଗଭୀର ଅଞ୍ଚଳରେ ରହୁଥିବା ଏକ ନୂଆଁ ଛୋଟ ଜେଲିଫିସ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହାର ନାମ ହେଉଛି Turritopsis dohrnii, ଯାହାକୁ ସାଧାରଣ ଭାଷାରେ ‘ଅମର ଜେଲିଫିସ୍‌’ ବା ‘Immortal Jellyfish’ କୁହାଯାଏ। ଏହି ଜୀବ ବାସ୍ତବରେ କେବେ ମରେ ନାହି! ଯଦି ତାକୁ କେହି ମାରି ନଦିଏ କିମ୍ୱା କୌଣସି ରୋଗରେ ନମରେ ତେତେ ଅମର ହୋଇ ରହେ।
କିପରି ହେଉଛି ଏହା ଅମର?
ଏହି ଜେଲିଫିସ୍‌ର ଜୀବନଚକ୍ର ଅନ୍ୟ ସବୁ ଜୀବଠାରୁ ବିଲକୁଳ ଅଲଗା। ଯେତେବେଳେ ଏହା ବୁଢ଼ା ହେବାକୁ ଲାଗେ, ଆଘାତ ଲାଗେ, ଖାଦ୍ୟ ମିଳେ ନାହିଁ କିମ୍ବା ଯେକୌଣସି ଚାପ ଭୋଗେ, ତା’ପରେ ଏହା ନିଜର ବୟସ୍କ ରୂପ ଛାଡ଼ି ପୁଣି ଶିଶୁ ଅବସ୍ଥାକୁ (Polyp Stage) ଫେରିଯାଏ। ଏହି ପ୍ରକ୍ରିୟାକୁ ବିଜ୍ଞାନୀମାନେ Transdifferentiation ବା Biological Rejuvenation କହନ୍ତି। ଅର୍ଥାତ୍‌ ଏହା ମରେ ନାହିଁ, କେବଳ ନିଜର ବୟସ ଉଲଟାଇ ନୂଆ ଜୀବନ ଆରମ୍ଭ କରେ। ଏହାକୁ ଏକପ୍ରକାର ଜୀବନ୍ତ ପୁନର୍ଜନ୍ମ କୁହାଯାଏ।
କେବେ ହେଲା ଏହାର ଆବିଷ୍କାର?
ଏହି ଜେଲିଫିସ୍‌କୁ ପ୍ରଥମେ ୧୮୮୩ ମସିହାରେ ଆବିଷ୍କାର କରାଯାଇଥିଲା, କିନ୍ତୁ ୧୯୯୦ ଦଶକରେ ଏହାର ଏହି ଅବିଶ୍ୱସନୀୟ କ୍ଷମତା ବିଶ୍ୱବ୍ୟାପୀ ଚର୍ଚ୍ଚାରେ ଆସିଲା। ବିଜ୍ଞାନୀମାନେ ଏହାକୁ ‘ଜୀବନ୍ତ ଫସିଲ୍‌’ ମଧ୍ୟ କହୁଛନ୍ତି, କାରଣ ଏହାର ଗଠନ ଓ ଗୁଣ ଲକ୍ଷ ଲକ୍ଷ ବର୍ଷ ଧରି ପ୍ରାୟ ଏକାପରି ରହିଛି।
ମନୁଷ୍ୟ ପାଇଁ କ’ଣ ଲାଭ?
ଏହି ଜୀବର ରିଜେନରେସନ୍‌ (Regeneration) ଓ କୋଷ ପୁନର୍ଜନ୍ମ ପ୍ରକ୍ରିୟା ମଣିଷର ବୟସ ବଢୁଥିବା ରୋଗ (Aging), କର୍କଟ ଓ ଅନ୍ୟାନ୍ୟ ଜେନେଟିକ୍‌ ରୋଗର ଚିକିତ୍ସ ପାଇଁ ନୂଆ ଦିଗ ଖୋଲିଛି। ବିଜ୍ଞାନୀମାନେ ଆଶା କରୁଛନ୍ତି ଯେ, ଏହି ଜେଲିଫିସ୍‌ର ରହସ୍ୟ ଗୋଟିଏ ସମୟ ଆସିବ ମଣିଷକୁ ମଧ୍ୟ ଦୀର୍ଘାୟୁ ଓ ସୁସ୍ଥ ଜୀବନ ଦେଇପାରିବ।

ଏବେ ପର୍ଯ୍ୟନ୍ତ ଏହା ସମୁଦ୍ରର ଗଭୀର ଅଞ୍ଚଳରେ ଅଧିକ ପରିମାଣରେ ଦେଖାଯାଉଛି ଏବଂ ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ଉଷ୍ମାୟନ ଯୋଗୁ ଏହା ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଏହା ପ୍ରକୃତିର ଏକ ଅବିଶ୍ୱସନୀୟ ଉଦାହରଣ ଯେ, ମୃତ୍ୟୁ ମଧ୍ୟ ସବୁବେଳେ ଅନିବାର୍ଯ୍ୟ ନୁହେଁ!

Comments are closed.