ମୁମ୍ବାଇ: ଆଉ ଦେଖିବାକୁ ମଳିବନି କଫି ଉଇଥ୍ କରଣ ଚାଟ୍ ଶୋ । ଦୀର୍ଘ ୨୨ବର୍ଷ ପରେ ବନ୍ଦ ହୋଇଯିବ ଦର୍ଶକଙ୍କ ପ୍ରୀୟ ଚାଟ୍ ଶୋ । ବଲିଉଡ ସେଲିବ୍ରିଟିଙ୍କୁ ନେଇ ଗୋଟେ ଦଶନ୍ଧି ଧରି ଚାଲିଥିବା ଏହି ଟକ୍ ଶୋ ଏବେ ବନ୍ଦ ହେବାକୁ ଯାଉଛି । ଏନେଇ ଏକ ଭାବପୂର୍ଣ୍ଣ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଂଟରେ ପୋଷ୍ଟ କରିଛନ୍ତି ନିଜେ ଶୋ ର ହୋଷ୍ଟ କରଣ ଜୋହର । ୨୦୦୪ରେ ପ୍ରସାରିତ ହୋଇଥିବା ଏହି ଗ୍ଲାମରସ୍ ଶୋ ଏହାର ଶେଷ ତଥା ନବମ ସିଜିନ୍ ସହ ସମାପ୍ତ ହେବାକୁ ଯାଉଛି । ପ୍ରଥମ ସିଜିନର ପ୍ରଥମ ଏପିସୋଡ୍ ଗେଷ୍ଟ ଥିଲେ କରଣଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ବଲିଉଡର ବିଗ୍ ସେଲିବ୍ରିଟି ଶାହାରୁଖ ଖାନ୍ ଓ କାଜଲ୍ । ପରେ ପରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱଯ୍ୟା,ର୍ ଫିଲ୍ମମେକର ସଂଜୟ ଲୀଲା ଭଂଶାଲୀ ପ୍ରମୁଖ ନଜର ଆସିଥିଲେ । ଆଉ ସିଜିନ୍ ୧୦ ଆଣିବେନି କରଣ ଜୋହର । ଶୋ ସାରିବାକୁ ସଂଚାଳକ ତଥା ନିର୍ମାତା କରଣଙ୍କର ଇଛା ନଥିଲେ ବି ସାରିବାକୁ ହେବ ବୋଲି କହି ଏକ ଇମୋସନାଲ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଶୋ ତାଙ୍କ ଜୀବନର ଏକ ଅସାଧାରଣ ଅଂଶ ବୋଲି କହିବା ସହ ଭାବବିହ୍ୱଳ ହୋଇଯାଇଥିଲେ । ଏହି ଶୋ ତାଙ୍କୁ ଅନେକ ଭଲ ଓ ଅନେକ ଖରାପ ଏକ୍ସପେରିଏନ୍ସ ଦେଇଛି । ବନ୍ଧୁତ୍ୱ, ନିଆରା ସ୍ମୃତି, ପ୍ରଚୁର ଭଲପାଇବା ଦେଇଛି ବୋଲି କହିଛନ୍ତି । ୨୦୦୪ରୁ ୨୦୨୬ ଭିତରେ ୨୨ବର୍ଷର ଲମ୍ବା ଯାତ୍ରା । ୮ଟି ସିଜିନ୍ , ୧୬୧ଟି ଏପିସୋଡ୍ ମୋତେ ବହୁତ କିଛି ଦେଇଛି ବୋଲି କହିଛନ୍ତି କରଣ । ଏ ସମୟ ଭିତରେ ଯଦି କିଛି ବଦଳିନି , ସେହେଉଛି ଲୋକଙ୍କ ଭଲପାଇବା । ତାଙ୍କରି ପାଇଁ ଆଜି କଫି ଉଇଥ୍ କରଣ ଶୋ ସଫଳ ହୋଇପାରିଛି ବୋଲି କହିଛନ୍ତି ନିଜେ କରଣ । ଲୋକ ତାଙ୍କ ସହ ହସିଛନ୍ତି, କାନ୍ଦିଛନ୍ତି, ତର୍କ କରିଛନ୍ତି ଆଉ ଟ୍ରୋଲ୍ ବି କରିଛନ୍ତି । ଦର୍ଶକଙ୍କ ବିନା ସେ କିଛି ନୁହେଁ ବୋଲି କହିଛନ୍ତି କରଣ । ଲୋକଙ୍କ ସହ ମିଶି ଶେଷ ଥର ପାଇ କଫି ମଗ୍ ଧରି ଚିଅର୍ସ କରିବା ବୋଲି ଦର୍ଶକଙ୍କୁ ଆହ୍ୱାନ ଦେଲେ କରଣ ଜୋହର । ଆଉ ମାତ୍ର ଥରେ ମିଶି କଫିର ମଜା ନେବା ବୋଲି କୋହଭରା କଣ୍ଠରେ କହିଲେ କରଣ । କରଣ ଏହି ନଷ୍ପତ୍ତି ମୁଖ୍ୟତଃ ତାଙ୍କ କ୍ୟାରିୟରର ପରବର୍ତ୍ତୀ ପର୍ଯ୍ୟାୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । ତେବେ ଆଗକୁ ସେ ପୁରାପୁରି ଭାବେ ଫିଲ୍ମ ନିର୍ଦ୍ଦେଶନାରେ ସମୟ ଦେବେ ବୋଲି କହିଛନ୍ତି କରଣ ଜୋହର । ସେପଟେ ଅକ୍ଟୋବର ୧୪ରେ ଜିଓ ହଟଷ୍ଟାରରେ ଏକ୍ସକ୍ଲୁସିଭ୍ ଭାବେ କଫି ଉଇଥ୍ କରଣର ସିଜିନ୍ ୯ ତଥା ଶେଷ ସିଜିନ୍ର ପ୍ରେମିୟର ହେବ । ଏହି ସିଜିନରେ ଆହାନ୍ ପାଣ୍ଡେ, ବିଜୟ ଦେବରକୋଣ୍ଡା, ରଶ୍ମିକା ମନ୍ଦାନାଙ୍କ ପରି ସେଲିବ୍ରିଟି ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।
BREAKING NEWS
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
- Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
- Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ
- ‘Save Democracy’: ବଡ ଘୋଷଣା କଲା ଇଣ୍ଡି ମେଣ୍ଟ, ଜିଲ୍ଲା ଜିଲ୍ଲାରେ ‘ଲୋକତନ୍ତ୍ର ବଞ୍ଜାଅ’ ଆନ୍ଦୋଳନ, ୬ରେ EC ଅଫିସ୍ ଘେରିବେ ବିରୋଧୀ ସାଂସଦ
- ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍
- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ରୋଷେୟାକୁ ଗିରଫ କଲା ପୋଲିସ
- Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ସହକାରୀ ନିର୍ଦ୍ଦେଶକଙ୍କ ରହିଛି ୪ କୋଠା, ୩୦ ପ୍ଲଟ…
- କିଚକେଶ୍ୱରୀ ମନ୍ଦିରର ଉନ୍ନତିକରଣ; କେନ୍ଦ୍ର ପକ୍ଷରୁ ୪୪.୯୧ କୋଟି ମଞ୍ଜୁର…
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
