ମୁମ୍ବାଇ: ଆଉ ଦେଖିବାକୁ ମଳିବନି କଫି ଉଇଥ୍ କରଣ ଚାଟ୍ ଶୋ । ଦୀର୍ଘ ୨୨ବର୍ଷ ପରେ ବନ୍ଦ ହୋଇଯିବ ଦର୍ଶକଙ୍କ ପ୍ରୀୟ ଚାଟ୍ ଶୋ । ବଲିଉଡ ସେଲିବ୍ରିଟିଙ୍କୁ ନେଇ ଗୋଟେ ଦଶନ୍ଧି ଧରି ଚାଲିଥିବା ଏହି ଟକ୍ ଶୋ ଏବେ ବନ୍ଦ ହେବାକୁ ଯାଉଛି । ଏନେଇ ଏକ ଭାବପୂର୍ଣ୍ଣ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଂଟରେ ପୋଷ୍ଟ କରିଛନ୍ତି ନିଜେ ଶୋ ର ହୋଷ୍ଟ କରଣ ଜୋହର । ୨୦୦୪ରେ ପ୍ରସାରିତ ହୋଇଥିବା ଏହି ଗ୍ଲାମରସ୍ ଶୋ ଏହାର ଶେଷ ତଥା ନବମ ସିଜିନ୍ ସହ ସମାପ୍ତ ହେବାକୁ ଯାଉଛି । ପ୍ରଥମ ସିଜିନର ପ୍ରଥମ ଏପିସୋଡ୍ ଗେଷ୍ଟ ଥିଲେ କରଣଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ବଲିଉଡର ବିଗ୍ ସେଲିବ୍ରିଟି ଶାହାରୁଖ ଖାନ୍ ଓ କାଜଲ୍ । ପରେ ପରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱଯ୍ୟା,ର୍ ଫିଲ୍ମମେକର ସଂଜୟ ଲୀଲା ଭଂଶାଲୀ ପ୍ରମୁଖ ନଜର ଆସିଥିଲେ । ଆଉ ସିଜିନ୍ ୧୦ ଆଣିବେନି କରଣ ଜୋହର । ଶୋ ସାରିବାକୁ ସଂଚାଳକ ତଥା ନିର୍ମାତା କରଣଙ୍କର ଇଛା ନଥିଲେ ବି ସାରିବାକୁ ହେବ ବୋଲି କହି ଏକ ଇମୋସନାଲ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଶୋ ତାଙ୍କ ଜୀବନର ଏକ ଅସାଧାରଣ ଅଂଶ ବୋଲି କହିବା ସହ ଭାବବିହ୍ୱଳ ହୋଇଯାଇଥିଲେ । ଏହି ଶୋ ତାଙ୍କୁ ଅନେକ ଭଲ ଓ ଅନେକ ଖରାପ ଏକ୍ସପେରିଏନ୍ସ ଦେଇଛି । ବନ୍ଧୁତ୍ୱ, ନିଆରା ସ୍ମୃତି, ପ୍ରଚୁର ଭଲପାଇବା ଦେଇଛି ବୋଲି କହିଛନ୍ତି । ୨୦୦୪ରୁ ୨୦୨୬ ଭିତରେ ୨୨ବର୍ଷର ଲମ୍ବା ଯାତ୍ରା । ୮ଟି ସିଜିନ୍ , ୧୬୧ଟି ଏପିସୋଡ୍ ମୋତେ ବହୁତ କିଛି ଦେଇଛି ବୋଲି କହିଛନ୍ତି କରଣ । ଏ ସମୟ ଭିତରେ ଯଦି କିଛି ବଦଳିନି , ସେହେଉଛି ଲୋକଙ୍କ ଭଲପାଇବା । ତାଙ୍କରି ପାଇଁ ଆଜି କଫି ଉଇଥ୍ କରଣ ଶୋ ସଫଳ ହୋଇପାରିଛି ବୋଲି କହିଛନ୍ତି ନିଜେ କରଣ । ଲୋକ ତାଙ୍କ ସହ ହସିଛନ୍ତି, କାନ୍ଦିଛନ୍ତି, ତର୍କ କରିଛନ୍ତି ଆଉ ଟ୍ରୋଲ୍ ବି କରିଛନ୍ତି । ଦର୍ଶକଙ୍କ ବିନା ସେ କିଛି ନୁହେଁ ବୋଲି କହିଛନ୍ତି କରଣ । ଲୋକଙ୍କ ସହ ମିଶି ଶେଷ ଥର ପାଇ କଫି ମଗ୍ ଧରି ଚିଅର୍ସ କରିବା ବୋଲି ଦର୍ଶକଙ୍କୁ ଆହ୍ୱାନ ଦେଲେ କରଣ ଜୋହର । ଆଉ ମାତ୍ର ଥରେ ମିଶି କଫିର ମଜା ନେବା ବୋଲି କୋହଭରା କଣ୍ଠରେ କହିଲେ କରଣ । କରଣ ଏହି ନଷ୍ପତ୍ତି ମୁଖ୍ୟତଃ ତାଙ୍କ କ୍ୟାରିୟରର ପରବର୍ତ୍ତୀ ପର୍ଯ୍ୟାୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । ତେବେ ଆଗକୁ ସେ ପୁରାପୁରି ଭାବେ ଫିଲ୍ମ ନିର୍ଦ୍ଦେଶନାରେ ସମୟ ଦେବେ ବୋଲି କହିଛନ୍ତି କରଣ ଜୋହର । ସେପଟେ ଅକ୍ଟୋବର ୧୪ରେ ଜିଓ ହଟଷ୍ଟାରରେ ଏକ୍ସକ୍ଲୁସିଭ୍ ଭାବେ କଫି ଉଇଥ୍ କରଣର ସିଜିନ୍ ୯ ତଥା ଶେଷ ସିଜିନ୍ର ପ୍ରେମିୟର ହେବ । ଏହି ସିଜିନରେ ଆହାନ୍ ପାଣ୍ଡେ, ବିଜୟ ଦେବରକୋଣ୍ଡା, ରଶ୍ମିକା ମନ୍ଦାନାଙ୍କ ପରି ସେଲିବ୍ରିଟି ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।
BREAKING NEWS
- ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ
- ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍
- ଆରପାରିରେ ବଲିଉଡ ଭେଟେରାନ ଅଭିନେତା ନାନା ପାଟେକର; ୭୫ ବର୍ଷରେ ଗୋଆରେ…
- ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍
- କାଠଯୋଡ଼ି ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ;ପରିଚୟ ଅସ୍ପଷ୍ଟ,ହତ୍ୟା ସନ୍ଦେହ
- ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନସିପ: ଓଡିଶା ଟିମ ଜିତିଲା ୪୯ ପଦକ
- NSA-level India-Canada Security Dialogue:ଭାରତ-କାନାଡ଼ା NSAସ୍ତରୀୟ ସୁରକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଆତଙ୍କବାଦ ବିରୋଧରେ ଉଭୟ ପକ୍ଷ ସହଯୋଗକୁ ସୁଦୃଢ଼ କରିବେ
- PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି
- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକଙ୍କ ପାଇଁ ସରକାର ଗଠନ କଲେ କମିଶନ
- ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ

Comments are closed.