Latest Odisha News

BREAKING NEWS

ଲଣ୍ଡନରେ କୋହଲି-ଅନୁଷ୍କା କରୁଛନ୍ତି ମଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ଏବେ ଲଣ୍ଡନରେ ଛୁଟି କାଟୁଛନ୍ତି । ବିରୁଷ୍କା ଭାବେ ପରିଚିତ ଏହି ଯୋଡି ନିଜର ୨ଟି ସନ୍ତାନ ସହ ଲଣ୍ଡନରେ ମଜା କରୁଛନ୍ତି । ନିକଟରେ ସେମାନେ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟ ଦେଖିବାକୁ ଯାଇଥିଲେ । ଲଣ୍ଡନରେ ଉଭୟଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟମାନଙ୍କ ପରି ସେମାନେ ବୁଲୁଥିଲେ । କୋହଲି କଳା ଶର୍ଟ୍ସ ଓ ଧୂଷର ରଙ୍ଗର ଟିଶର୍ଟ ପିନ୍ଧିଥିବା ବେଳେ ଅନୁଷ୍କା ଧଳା ଜ୍ୟାକେଟ ପିନ୍ଧିଥିଲେ । ଭାରତରେ ସାଧାରଣ ନାଗରିକ ଭାବେ ବୁଲିବା ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ । ଏବେ ଲଣ୍ଡନର ଗଳିରେ ସେ ଏହାର ମଜା ଉଠାଉଛନ୍ତି ।

ଆଇପିଏଲ ୨୦୨୫ ଅବସରରେ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏବେ ସେ କେବଳ ଭାରତ ପକ୍ଷରୁ ଦିନିକିଆ କ୍ରିକେଟ ଖେଳୁଛନ୍ତି । ୩୬ ବର୍ଷୀୟ କୋହଲି ଭାରତ ପକ୍ଷରୁ ୧୨୩ ଟେଷ୍ଟ, ୩୦୨ ଦିିନିକିଆ ଓ ୧୨୫ ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ କୋହଲି ୩୦ ଶତକ ସହ ୯୨୩୦, ଦିନିକିଆରେ ୫୧ ଶତକ ସହ ୧୪୧୮୧ ରନ ଓ ଟି୨୦ରେ ୪୧୮୮ ରନ କରିଛନ୍ତି ।

Comments are closed.