Latest Odisha News

BREAKING NEWS

ବାଂଲାଦେଶ ବିପକ୍ଷ ସିରିଜରେ କୋହଲି, ବୁମରାହ,ରୋହିତଙ୍କ ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜ ପାଇଁ ମଙ୍ଗଳବାର ଭାରତୀୟ କ୍ରିକେଟ ଦଳର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଟିମ ଇଣ୍ଡିଆ ଅଗଷ୍ଟ ୧୩ରେ ଢ଼ାକାରେ ପଂହଚିିବ । ଏହା ପରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଅଗଷ୍ଟ ୧୭ରୁ ଓ ସମାନ ସଂଖ୍ୟକ ଟି୨୦ ମୁକାବିଲା ଅଗଷ୍ଟ ୨୬ରୁ ଆରମ୍ଭ ହେବ । ତେବେ ଏହି ଗସ୍ତରେ ଟିମ ଇଣ୍ଡିଆର ସିନିୟର ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜା ଯାଇ ନ ପାରନ୍ତି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ଭାରତ ଫେରିବା ପରେ ଏହି ସିରିଜ ଆରମ୍ଭ ହେବ । ଲମ୍ବା ସିରିଜରୁ ଫେରିଥିବାରୁ କେତେକ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ ।

ଏପରିକି ଦିନିକିଆ ସିରିଜରେ ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲଙ୍କ ମଧ୍ୟ ଖେଳିବା ସମ୍ଭାବନା କ୍ଷୀଣ । ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇପାରେ । ତେବେ ଏମାନେ ଟି୨୦ ସିରିଜରେ ଖେଳିବେ । ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବାକୁ ଅଛି । ସେପ୍ଟମ୍ବରରେ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏଥିପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଟି୨୦ ଟିମରେ ବିଶେଷ କିଛି ପରିବର୍ତନ କରାଯିବ ନାହିଁ । ରିପୋର୍ଟ ମୁତାବକ ରୋହିତ ଯଦି ଇଂଲଣ୍ଡ ବିପକ୍ଷ ସିରିଜରେ ନ ଖେଳିବେ ତେବେ ବାଂଲାଦେଶ ବିପକ୍ଷ ଦିିନକିଆରେ ଦଳରେ ସାମିଲ ହେବେ ।

Comments are closed.