Latest Odisha News

ରଣଜୀ ଖେଳିପାରନ୍ତି କୋହଲି, ପନ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରିଷଭ ପନ୍ତ ରଣଜୀ ଟ୍ରଫି ୨୦୨୪ରେ କେତେକ ମ୍ୟାଚ ଖେଳିପାରନ୍ତି । ୨୦୧୯ ପରେ ପ୍ରଥମ ଥର ପାଇଁ ଏହି ୨ ଖେଳାଳିଙ୍କ ନାମ ଦିଲ୍ଲୀ ସମ୍ଭାବ୍ୟ ଟିମରେ ରହିଛି । ଡିଡିସିଏ ପକ୍ଷରୁ ଜାରୀ କରାଯାଇଥିବା ସମ୍ଭାବ୍ୟ ୮୪ ଖେଳାଳି ତାଲିକାରୁ ଈଶାନ୍ତ ଶର୍ମାଙ୍କୁ ବାଦ ଦିଆଯାଇଛି । ୨୦୧୨ରେ କୋହଲି ଶେଷ ଥର ରଣଜୀ ମ୍ୟାଚରେ ଖେଳିଥିଲେ । ସେହିପରି ପନ୍ତ ୨୦୧୫ ପରେ ଆଉ ରଣଜୀ ଖେଳି ନାହାନ୍ତି । ରଣଜୀ ଟ୍ରଫିର ଆଗାମୀ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହେବ । ଦିଲ୍ଲୀ ତାର ପ୍ରଥମ ମୁକାବିଲାରେ ଛତିଶଗଡକୁ ଭେଟିବ ।

ଟିମ ଇଣ୍ଡିଆର ଆଗକୁ ବ୍ୟସ୍ତବହୂଳ କାର୍ଯର୍୍ୟସୂଚୀ ରହିଛି । କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଥିବାରୁ ସେହି ସମୟ ମଧ୍ୟରେ ସେ ରଣଜୀ ଖେଳିପାରନ୍ତି । କୋହଲି ଘରୋଇ କ୍ରିକେଟରେ ୩୯୦୦୦ରୁ ଊର୍ଦ୍ଧ୍ୱ ରନ ଏବଂ ପନ୍ତ ୧୦୦୦୦ ରନ ସଂଗ୍ରହ କରିଛନ୍ତି । ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ କୋହଲି ଉଭୟ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି ।

Leave A Reply

Your email address will not be published.