Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ :ଏହି ପିଚରେ ଖେଳାଯିବ ଫାଇନାଲ ମ୍ୟାଚ

ଦୁବାଇ: ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଦୁବାଇରେ ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଯେଉଁ ପିଚର ବ୍ୟବହାର କରାଯାଇଥିଲା ତାର ପୂନରାବୃତି ହେବନି । ଏହି ପିଚ ସମ୍ପୂର୍ଣ୍ଣ ନୂଆ ଥିବାରୁ ଏହାକୁ ଫାଇନାଲରେ ବ୍ୟବହାର କରାଯିବନି ବୋଲି ସ୍ଥିର ହୋଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ପିଚରେ ମ୍ୟାଚ ଖେଳାଯାଇଥିଲା ସେଠାରେ ଫାଇନାଲ ଖେଳାଯିବ ।

ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରିଥିଲେ । ଅନ୍ୟଗୁଡିକ ତୁଳନାରେ ଏହି ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଏଠାରେ ଫାଇନାଲ ଖେଳାଯିବା ପାଇଁ ସ୍ଥିର ହୋଇଛି । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିବାରୁ ଏହା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।

Comments are closed.